Header ADS

ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ

 ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ



ବାଲେଶ୍ଵର,୧୧/୧୨(ଓଡ଼ିଶା ଆଦର୍ଶ): ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ। ରୋଗୀଙ୍କୁ ନ ଦେଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ଅବଧି ଥିବା ସରକାରୀ ଔଷଧ। ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଏବେ ପଦାରେ ପଡିଛି। ଅବଧି ଥିବା ସରକାରୀ ମାଗଣା ଔଷଧ ରୋଗୀଙ୍କୁ ଦେବା ପରିବର୍ତ୍ତେ ରାସ୍ତା ପାର୍ଶ୍ଵ ଅଳିଆ ଗଦାରେ ଫିଙ୍ଗା ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖନ୍ତାପଡ଼ା ଥାନା ନିମିକି ସଡ଼କ କଣ୍ଟିଆ ଚିରା ନଦୀ ପାର୍ଶ୍ୱରେ। ଅବଧି ଥିବା ଔଷଧ ରାସ୍ତା କଡ଼ରେ ପଡି ରହିଥିଲା ବେଳେ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି। ରାସ୍ତା କଡରେ ଔଷଧ ଫିଙ୍ଗି ଦେବାକୁ ନେଇ କେତେଜୋର ଯଥାର୍ଥ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଜିଲ୍ଲା ପ୍ରଶାସନ ସହିତ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Post a Comment

أحدث أقدم
Header ADS