ବଢୁଛି ଦନ୍ତାର ଦୌରାତ୍ମ୍ୟ,ଗାଁକୁ ପଶି ଭାଙ୍ଗିଲା ଘର।ଅଳ୍ପକେ ବର୍ତ୍ତିଲେ ପରିବାର।
ନୀଳଗିରି,୧୨/୧୧(ଓଡ଼ିଶା ଆଦର୍ଶ):ଝାଡ଼ଖଣ୍ଡି ଦନ୍ତା ବଣସୀମା ଅଞ୍ଚଳରେ ପଶିବାଫଳରେ ଅଞ୍ଚଳବାସୀଙ୍କର ଆଖିରୁ ନିଦ ହଜିଯାଇଛି।ଦିନକୁଦିନ ଦାନ୍ତାର ଦୌରାତ୍ମ୍ୟ ବଢ଼ି ଚାଲିଛି। ଏପରିକି ସନ୍ଧ୍ୟାହେଲେ ଦନ୍ତା ଭୟରେ ଗାଁ ଗଣ୍ଡାରେ ତାଟିକବାଟ ପଡିଯାଉଥିବାର ଦେଖିବାକୁ ମିଳୁଛି। ସନ୍ଧ୍ୟାହେଲେ ଧାନକ୍ଷେତରେ ପଶି ଧାନଖାଇବା ସହିତ ଦଳିମକଚି ନଷ୍ଟକରୁଥିବା ବେଳେ ଅଧରାତିରେ ଗାଁ ଗଣ୍ଡାରେ ପଶି ଘର ଭାଙ୍ଗୁଥିବାର ଦେଖିବାକୁ ମିଳିଛି। ଚାରିଦିନ ଧରି ଦନ୍ତାହାତୀଟି ଧାନକ୍ଷେତରେ ବ୍ୟାପକ ଫସଲ ନଷ୍ଟକରିଥିବା ମଙ୍ଗଳବାର ମଧ୍ୟରାତ୍ରୀରେ ଦନ୍ତାହାତୀଟି ନରଣପୁର ପଞ୍ଚାୟତର ସନ୍ତିଆଶୋଳ ଗାଁରେ ପଶି ରତ୍ନାକର ପଥିରିଆ ଓ ରାଇବାରି ପଥିରିଆଙ୍କ ଘରେପଶି କାନ୍ଥଭାଙ୍ଗି ଘରଭିତରକୁ ପଶିଥିବା ବେଳେ ଶବ୍ଦପାଇ ପରିବାର ଲୋକ ଜୀବନବିକଳରେ ବାହାରକୁ ପଳାଇଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଯାଇଛି।ତେବେ ଦନ୍ତାହାତୀଟିର ଦୌରାତ୍ମ୍ୟ ବଢ଼ୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡୁଛନ୍ତି। ତେବେ ବନବିଭାଗ ଗାଁ ଗାଁ ରେ ସଚେତନ କରାଉଥିବା ବେଳେ ସାଧାରଣଜନତା ଦନ୍ତାହାତୀ ଦାଉରୁ ରକ୍ଷାପାଇବା ପାଇଁ ଢେଲା,ପଥର ମାଡ଼ କରୁଥିବାରୁ ହାତୀଟି ହିଂସ୍ରହୋଇ ଆକ୍ରମଣ କରୁଥିବାର କକୁହାଯାଉଛି।ହାତୀ ଓ ସାଧାରଣ ଲୋକଙ୍କ ଧନଜୀବନକୁ ସୁରକ୍ଷାଦେବା ପାଇଁ ସାଧାରଣରେ ଦାବୀ ହେଉଛି ।



Post a Comment