ସମ୍ମିଳିତ ପ୍ରୟାସରେ ବନ୍ୟପ୍ରାଣୀ ସୁରକ୍ଷା ସମ୍ଭବ
ନୀଳଗିରି,୭/୧୦(ଓଡ଼ିଶା ଆଦର୍ଶ):୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନୀଳଗିରି ବ୍ଲକ୍ ଧୋବଶିଳା ପଞ୍ଚାୟତରେ, ଯୁବ ପରିବେଶବିତ୍ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୈବବିବିଧତା, ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସାରଣୀ, ପଶୁପକ୍ଷୀ, ସରୀସୃପଙ୍କ ଆବଶ୍ୟକତା ତଥା ବନ୍ୟପ୍ରାଣୀଙ୍କ ଉପକାରିତା ସମ୍ପର୍କରେ କମଳଲୋଚନ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆମେ ସଦା ଜାଗ୍ରତ ରହିବା ଓ ଅନ୍ୟମାନଙ୍କୁ ଜାଗ୍ରତ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ସ୍ବାଇଁ, ଭିକୁ ସିଂ, କାର୍ତ୍ତିକ ସିଂ, କଟିଆ ସିଂ, ଅଜୟ ସିଂ, ରାଜେନ୍ଦ୍ର ସିଂ, ସଞ୍ଜୟ ସିଂ, ଗୋପାଳ ସିଂ, ଗୋରହରି ସିଂ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ । ପରିଶେଷରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀ କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ଶପଥ ନେଇଥିଲେ।



Post a Comment