ମନୋରଞ୍ଜନ ଦାସ ଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟଜୀବ ସମ୍ମାନ
ବାଲେଶ୍ୱର,୭/୧୦(ଓଡ଼ିଶା ଆଦର୍ଶ):ସରକାରଙ୍କ ଜଙ୍ଗଲ , ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଚଳିତ ବର୍ଷ ୭୧ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ କୁରୁଡ଼ା ସ୍ଥିତ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡ ମୁଖ୍ୟକାର୍ଯ୍ୟାଳୟରେ ଗତ ୭ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୀଳଗିରି ର ଯୁବ ଉଦ୍ୟୋଗୀ, ପରିବେଶବିତ ତଥା ଫରେଷ୍ଟଗାଇଡ ମନୋରଞ୍ଜନ ଦାସଙ୍କୁ ପରିବେଶ ସମ୍ବନ୍ଧୀୟ ତାଙ୍କର ଦୃଢ଼ ପଦକ୍ଷେପ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ 'ମୂଖ୍ୟମନ୍ତ୍ରୀ ବନ୍ୟଜୀବ ସମ୍ମାନ' ରେ ସମ୍ମାନିତ କରିଥିଲେ। କୁଲଡ଼ିହା ଅଭୟାରଣ୍ୟ ଏବଂ ଏହାର ଆଖପାଖ ଅଞ୍ଚଳରେ ବନ୍ୟଜୀବ ସୁରକ୍ଷା ସଚେତନତା ଏବଂ ପରିବେଶ ସମ୍ବନ୍ଧୀୟ ପାଇଁ ମନୋରଞ୍ଜନ ଙ୍କ ରହିଛି ଅତୁଳନୀୟ ଅବଦାନ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବନାଞ୍ଚଳ ଅଧିକାରୀ ପ୍ରମୁଖ ସାମିଲ ଥିଲେ।




إرسال تعليق