Header ADS

ଭାଲୁ ଆକ୍ରମଣରେ ମହିଳା ମୃତ,

 ଭାଲୁ ଆକ୍ରମଣରେ ମହିଳା ମୃତ,


ନୀଳଗିରି,୮/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ତିନି କୋଷିଆ ଜଙ୍ଗଲ କୁ ଛତୁ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ନୀଳଗିରି ଥାନା ଅଧିନ ସଜନାଗଡ ପଞ୍ଚାୟତ ପାଣବନ୍ଧ ଗାଁର ଚନ୍ଦ୍ର ମୋହନ ନାୟକ ଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ । 

ସୂଚନା ଅନୁଯାୟୀ ଆଜି ସକାଳୁ ଉଭୟ ସ୍ଵାମୀ ସ୍ତ୍ରୀ ଦୁଇଜଣ ପାଖ ତିନିକୋଶିଆ ଜଙ୍ଗଲ କୁ ଛତୁ ଆଣିବାକୁ ଯାଇଥିଲେ। ଛତୁ ତଳୁଥିବା ସମୟରେ ଅଚାନକ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁଟି ମହିଳାଙ୍କ ବେକକୁ କାମୁଡିଦେବାରୁ ମହିଳା ଙ୍କ ବେକରେ ଗଭିର ଆଘାତ ଲାଗିଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ଶାନ୍ତିଲତା ଙ୍କୁ ତାଙ୍କ ସ୍ଵାମୀ ଚନ୍ଦ୍ର ମୋହନ ନୀଳଗିରି ମେଡିକାଲ୍ କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘଷଣା କରିଛନ୍ତି। 



Post a Comment

أحدث أقدم
Header ADS