ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନୀଳଗିରି,୧୫/୧୦ (ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଳକ ଗରଡ଼ିହି ପଞ୍ଚାୟତ ତଥା ଗରଡ଼ିହି ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଟିଆକଟା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପୂର୍ବାହ୍ନ ୧୦ ଘଟିକାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୀଳକଣ୍ଠ କବାଟ ସଭାପତିତ୍ୱ କରିଥିବା ବେଳେ ଆୟୋଜକ ସ୍ଥାନୀୟ ସିଆରସିସି ସାବିତ୍ରୀମଣୀ ସିଂ, ମୁଖ୍ୟ ଅତିଥି ଭାବେ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ, ସମ୍ମାନିୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ପଶା, ରମଣୀ ମାହାଲା, ଏବଂ ଅନ୍ୟତମ ସମ୍ମାନିୟ ଅତିଥି ଭାବେ ଆଂଳାପାଳ ୟୁଜିୟୁପି ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି ମଞ୍ଚାସୀନ ଥାଇ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ବହୁ ଉପାଦେୟ ତଥ୍ୟ ଉତ୍ଥାପନ କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଉକ୍ତ ଆଞ୍ଚଳିକ ସାଧନଜେନ୍ଦ୍ର ରେ ଥିବା ୧୧ ଗୋଟି ବିଦ୍ୟାଳୟ ରୁ ଜୁନିୟର ଓ ସିନିୟର ବର୍ଗର ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୫୭ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଉପାଦେୟ ପୁସ୍ତକ ଦେଇ ପୁରସ୍କୃତ କରାଯାଇଥଲା | ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗଦୀଶ ସିଂ ଧନ୍ୟବାଦ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ନାୟକ, ରାଜେନ୍ଦ୍ର ସିଂ, ରୀନାରାଣୀ ସିଂ, ପଦ୍ମାବତୀ ବିଶ୍ୱାଳ, ମଳୟ ସେଠୀ, ସୁନୀଲ ସିଂ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |




Post a Comment