ନୀଳଗିରି ରକ୍ତଦାତା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ
ନୀଳଗିରି,୨୫/୯(ଓଡ଼ିଶା ଆଦର୍ଶ):ସେବା ପକ୍ଷ ଅବସର ରେ ନୀଳଗିରି ରକ୍ତଦାତା ସଂଘ ତରଫରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଫେଇ କାର୍ଯ୍ୟକ୍ରମ ସକାଳ ଆଠ ଘଟିକା ରୁ ଆରମ୍ଭ ହୋଇ ନ ଘଟିକା ପର୍ଯ୍ୟନ୍ତ ଏକ ଘଣ୍ଟା କରାଯାଇ ଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଗୋପାଳ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର, ବରିଷ୍ଠ ଉପଦେଷ୍ଟା ରବି ରାଉତ, ବ୍ରଜବିହାରୀ ଦାସ ,ଅନାଦି ବେହେରା, ତପସ୍ଵିନୀ ପଣ୍ଡା, ହେମେନ୍ଦ୍ର ସେଠୀ ,ଉମାକାନ୍ତ ଷଡଙ୍ଗୀଙ୍କ ସମେତ ସଂଘର ବହୁ ସଦସ୍ଯ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ସମାଜ ଗଠନ ପାଇଁ ସ୍ଵଚ୍ଛତା ନିହାତି ଜରୁରୀ ବୋଲି ସଂଘ ର ସମ୍ପାଦକ ବିଜୟ ପାତ୍ର କହିଛନ୍ତି ।



Post a Comment