Header ADS

ବିଜେଡି ର ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

 ବିଜେଡି ର ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ



ନୀଳଗିରି,୨୭/୯(ଓଡ଼ିଶା ଆଦର୍ଶ):ନୀଳଗିରି ବିଜେଡି ଦଳ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ,ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଙ୍କ ସଭାପତିତ୍ବ ରେ,ନୀଳଗିରି ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସୂଚନା ରୁ ଜଣାଯାଇଛି,ଆଗାମୀ ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଠାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପର୍ଯ୍ୟନ୍ତ ,ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପଦଯାତ୍ରା,ରକ୍ତଦାନ ଶିବିର ଓ ସଚେତନତା ,ସ୍ବଚ୍ଛତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ର ସ୍ଥିର କରାଯାଇଛି। ଅକ୍ଟୋବର ୧୬ ତାରିଖ ରେ ଏକ ବିଶାଳ ରକ୍ତଦାନ ଶିବିର ର ବିଜେଡି କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।ଉକ୍ତ ବୈଠକ ରେ ବିଜେଡି ନଗର ସଭାପତି ରବୀନ୍ଦ୍ର କୁମାର ପରିଡ଼ା,ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,ସମିତି ସଭ୍ୟ ରାଜୀବ ଦାସବାବୁ,ଉପେନ୍ଦ୍ର ଦାସ  , ଭଉଁରିଆ ବାଡ ସରପଞ୍ଚ ସଞ୍ଜୟ ସିଂ, ରବିନ୍ଦ୍ର ପାତ୍ର ଙ୍କ ସମେତ ଔପଦା ବ୍ଲକ, ବାହାନଗା ବ୍ଲକ,ନୀଳଗିରି ବ୍ଲକ ଓ ନୀଳଗିରି ଏନ୍ ଏ ସି ର ୧୩ ଟି ୱାର୍ଡ ର ଶତାଧିକ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ଥିଲେ।

Post a Comment

Previous Post Next Post
Header ADS