Header ADS

ବହୁ ଦିନର ଦାବି ପୂରଣ କଲେ ବିଧାୟକ, ଯାତ୍ରା ପଡ଼ିଆ କୁ ରାସ୍ତା ନିର୍ମାଣ ପାଇଁ ଦେଲେ ୭ଲକ୍ଷ

 ବହୁ ଦିନର ଦାବି ପୂରଣ କଲେ ବିଧାୟକ,

ରାସ୍ତା ନିର୍ମାଣ ପାଇଁ ଦେଲେ ୭ଲକ୍ଷ ଟଙ୍କା 



ନୀଳଗିରି,୧୬/୯(ଓଡ଼ିଶା ଆଦର୍ଶ): ଆଗକୁ ଆସୁଛି ମା ଶ୍ୟାମା କାଳୀଙ୍କ ପୁଜା ଆଉ ଏହି ପୁଜା ପାଇଁ ଚଳଚଞ୍ଚଳ ବାଲେଶ୍ଵର ତଥା ନୀଳଗିରି ର ପ୍ରସିଦ୍ଧ ପୋଡ଼ାଶୁଳ ଛକରେ ଥିବା ମା ଶ୍ୟାମାକାଳୀ ଙ୍କ ମନ୍ଦିର। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଜାକ ଜମକରେ ଏହି ପୁଜା ପାଳନ ମଧ୍ୟ ହେବା ନେଇ ସୂଚନା ରହିଛି ତେବେ ଏହି ପୂଜାକୁ ବାହାରୁ ଆସୁଥିବା ଦୋକାନ ଏବଂ ଯାତ୍ରା ପାର୍ଟି ଅନୁଷ୍ଠାନ ବସୁଥିବା ପଡିଆକୁ ଭଲ ରାସ୍ତା ଟିଏ ନଥିବାରୁ ଯାହା ଫଳରେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ ମେଳା କୁ ବୁଲି ଆସୁଥିବା ସାଧାରଣ ଜନତା। ଏହି ଅସୁବିଧାକୁ ସ୍ଥାନୀୟ କମିଟି ବହୁବାର ଦାବୀ ରଖି ଆସୁଥିଲେ ତେବେ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଏହି ଅସୁବିଧା କୁ ଦୃଷ୍ଟିରେ ରଖି ଗୋଦାଧର କରଣ ଘର ଠାରୁ ଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ବିଧାୟକ ଙ୍କ ଅନୁଦାନ ପାଣ୍ଠି ପାଣ୍ଠି ରୁ ୭ଲକ୍ଷ ଟଙ୍କା ପକ୍କା ରାସ୍ତା ନିର୍ମାଣ ପାଇଁ ଯୋଗାଇ ଦେଇଥିବା ବେଳେ ଆଜି ଏହି ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। 


ଏହି ଅବସରରେ ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ କରଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜଡ଼ିଦା ପଞ୍ଚାୟତ ସରପଞ୍ଚ ରଞ୍ଜିତା ଦଣ୍ଡପାଟ, ସମିତି ସଭ୍ୟ ଭରତ କବାଟ, ସ୍ଥାନୀୟ ନେତା କୈଳାଶ ମହାନ୍ତି, ବିକାଶ ପତି,ବିନୋଦ ମହାନ୍ତି, ସନ୍ତୋଷ ପାତ୍ର,ଦେବି ପ୍ରସନ୍ନ ନାୟକ ଏବଂ କାଳୀ ପୁଜା କମିଟି ସଦସ୍ୟ, ବଜାର କମିଟି ସଦସ୍ୟ , ଯାତ୍ରା କମିଟି ସଦସ୍ୟ , ବହୁ ବିଜେପି କର୍ମୀ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ବିଧାୟକ ସନ୍ତୋଷ ଖଟୁଆ ଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।



Post a Comment

Previous Post Next Post
Header ADS