Header ADS

୬ଦିନ ପରେ ନିଖୋଜ ବୃଦ୍ଧ ର ମୃତ ଦେହ ଉଦ୍ଧାର।

 ୬ଦିନ ପରେ ନିଖୋଜ ବୃଦ୍ଧ ର ମୃତ ଦେହ ଉଦ୍ଧାର।



ନୀଳଗିରି,୧୯/୮(ଓଡ଼ିଶା ଆଦର୍ଶ):ଗତ ୧୫/୮/୨୫ରିଖ ଦିନ ନିଳଗିରି ଥାନା ଅନ୍ତର୍ଗତ ବାଘମାରା ଗ୍ରାମର ମୁକୁନ୍ଦ ସିଂ (୬୬) ଜାମୁଡ଼ିଆ ପଞ୍ଚାୟତ ଅଫିସ୍ କୁ ନିଜର ଭତ୍ତା ଆଣିବା ପାଇଁ ଯାଇଥିଲା, ଅଫିସ ରୁ ଭତ୍ତା ଟଙ୍କା ମଧ୍ୟ ଆଣିଥିଲା। ମାତ୍ର ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବନ୍ଧୁ ବାନ୍ଧବ ସାହି ପଡିଶା ଘରେ ଖୋଜା ଖୋଜି କରିଥିଲେ। କିଛି ସନ୍ଧାନ ପାଇ ନଥିଲେ। ତା ପର ଦିନ ନିକଟସ୍ଥ କେନାଲ ରେ ମଧ୍ୟ ଖୋଜା ଖୋଜି କରିଥିଲେ। କିଛି ମିଳିନଥିଲା। ଏନେଇ ତାର ପୁଅ ଅକ୍ଷୟ ୧୬/୮/୨୫ରେ ନିଳଗିରି ଥାନାରେ ଏକ ନିଖୋଜ ଥିବାର ଅଭିଯୋଗ କରିଥିଲେ। ମାତ୍ର ଆଜି ସ୍ଥାନୀୟ ଲୋକେ ବାଘମରା କେନାଲ ରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଲା ପରେ ତାହା ମୁକୁନ୍ଦ ସିଂ ବୋଲି ଜଣା ପଡିଛି । ଖବର ପାଇ ନୀଳଗିରି ପୋଲିସ ମୃତ ଦେହ କୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲ ଆଣିଛନ୍ତି। ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଛି।

Post a Comment

Previous Post Next Post
Header ADS