Header ADS

ନୀଳଗିରି ଅବକାରୀ ବିଭାଗର ବଡ଼ ସଫଳତା,୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

 ନୀଳଗିରି ଅବକାରୀ ବିଭାଗର ବଡ଼ ସଫଳତା,

୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ 



ନୀଳଗିରି ,୫/୮(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଜଣେ ଧଳା ଜହର ବା ବ୍ରାଉନସୁଗର ବେପାରୀକୁ ଗିରଫ କରିଥିବା ବେଳେ ବେପାରୀ ଠାରୁ ୧୪ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ନୀଳଗିରି ଅବକାରୀ ଥାନା ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ ଏବଂ ଓଆଇସି ଜଗନ୍ନାଥ ବେହେରାଙ୍କ ମିଳିତ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ସାଧା ପୋଷାକରେ ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ଠାରେ ପହଞ୍ଚିଥିଲା । ତେବେ ଅବକାରୀ କର୍ମଚାରୀମାନେ ଗରାଖ ସାଜି ଉକ୍ତ ଅଞ୍ଚଳର ଏକ ହୋଟେଲ ପାଖରେ ବସିଥିବା ଧଳା ଜହର ବେପାରୀ ଲୁଲୁ ଓରଫ ଜଗଦ୍ଦୀଶ ପାଣିଗ୍ରାହୀଙ୍କୁ ବ୍ରାଉନ ସୁଗର ମାଗିଥିଲେ । ବେପାରୀ ଜଣକ ଏହି ବ୍ରାଉନସୁଗର ଆଣିବାକୁ ଯାଇଥିବା ଦେଖି ତାକୁ ପଛ ପଟୁ ମାଡ଼ି ବସିଥିଲେ । ତେବେ ଏହି ବେପାରୀଙ୍କ ଠାରୁ ୧୪୦ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକ ହେଲେ ନୀଳଗିରି ଥାନା ସନ୍ତ୍ରଗଡିଆ ଅଞ୍ଚଳର ପର୍ଶୁରାମ ପାଣିଗ୍ରାହୀ ଙ୍କ ପୁଅ ଜଗଦୀଶ ପାଣିଗ୍ରାହୀ (୩୦) ।ଗିରଫ କରାଯିବା ପରେ ଉକ୍ତ ଅଭିଯୁକ୍ତକୁ ଅବକାରୀ ବିଭାଗ କେସ ୧୩୧/୨୫-୨୬ ଓ ୨୨୯/୨୫, ନମ୍ବର ମୂଳେ ବାଲେଶ୍ୱର କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ କନଷ୍ଟେବଳ ସନ୍ତୋଷ ବେହେରା, ତପନ ମଲ୍ଲିକ , ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ । ତେବେ ନୀଳଗିରି ଅବକାରୀ ବିଭାଗକୁ ଏକ ପ୍ରକାର ବଡ଼ ସଫଳତା ମିଳିଛି ବୋଲି ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS