ନୀଳଗିରି ରେ ଅମଲା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି
ନୀଳଗିରି,୧୨/୮(ଓଡ଼ିଶା ଆଦର୍ଶ):ରାଜ୍ୟ ସାରା ଅମଲା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ସରକାର ସମସ୍ତଙ୍କର ଦରମା ବୃଦ୍ଧି କରୁଥିବା ବେଳେ ଅମଲା କର୍ମଚାରୀ ମାନଙ୍କ ପ୍ରତି ଅବହେଳା କରୁଥିବାରୁ ଅମଲା କର୍ମଚାରୀ ମାନେ ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ କରି ପ୍ରତି ବ୍ଲକର ସବରେଜିଷ୍ଟର ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ନୀଳଗିରି ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଯାହା ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବାସହିତ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅମଲା କର୍ମଚାରୀ ମାନେ ବିଭିନ୍ନ ସମୟରେ ସରକାରଙ୍କୁ ତାଙ୍କ ଦାବୀ ବାବଦରେ ଅବଗତ କରୁଥିବା ବେଳେ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ଆନ୍ଧୋଳନ ପନ୍ଥାକୁ ଆପଣେଇଛନ୍ତି ବୋଲି ପ୍ରକାଶ କରିଥିଲେ।
إرسال تعليق