ଶିବ ମନ୍ଦିର ସମ୍ମୁଖରୁ ନାଗ ସାପ ଉଦ୍ଧାର
ନୀଳଗିରି,୧୨/୮(ଓଡ଼ିଶା ଆଦର୍ଶ):ନୀଳଗିରି ସ୍ଥିତ ବାବା ବୈଦ୍ୟନାଥ ଶିବ ମନ୍ଦିର ସମ୍ମୁଖ ରେ ଥିବା ସୂର୍ଯ୍ୟନାରାୟଣ ଷଡଙ୍ଗୀ ଙ୍କ ଘର ସାମ୍ନାରୁ ଏକ ୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଶ୍ରୀ ଷଡ଼ଙ୍ଗୀ ଙ୍କ ପରିବାର ଲୋକ ଘର ସମ୍ମୁଖରେ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଶ୍ରୀ ହରେକୃଷ୍ଣ ରାଉତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ।
إرسال تعليق