କୋର୍ଟ ଆଦେଶକୁ ଅବମାନନା
ନ୍ୟାୟ ନପାଇଲେ ଦେବେ ଆତ୍ମାହୁତି ।
ନୀଳଗିରି,୧୧/୮(ଓଡ଼ିଶା ଆଦର୍ଶ): ବିନାକାରଣରେ ଚାକିରିରୁ ବହିଷ୍କାର କରିବା ପରେ ପରିବାର ପ୍ରତିପୋଷଣ ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି | ନ୍ୟାୟ ପାଇଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇ କୋର୍ଟ ଆଦେଶ ପାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୋର୍ଟ ଆଦେଶକୁ ଅବମାନନା କରିଥିବାରୁ ଜୈନିକ ଯୁବକ ନ୍ୟାୟ ନପାଇଲେ ଆତ୍ମାହୁତି ଦେବେ ବୋଲି ଏକ ପ୍ରେସ ଵିଜ୍ଞପ୍ତିରେ ପ୍ରକାଶ କରିଛନ୍ତି | ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଗରଡିହି ପଞ୍ଚାୟତ ଅଁଳାପାଳ ଗ୍ରାମ ର ଶକ୍ତି ଶଙ୍କର ବେହେରା ଗତ ୨୦୧୧ମସିହାରୁ ବାଲେଶ୍ଵରର ଅଭିରାମ କେୟାର ଟେକିଂ ଆଣ୍ଡ ଏକ୍ସପୋର୍ଟ ସର୍ଭିସେସ ସଂସ୍ଥା ଦ୍ଵାରା ବାଲେଶ୍ଵରରେ ଫକୀରମୋହନ ବିଶ୍ଵବିଦ୍ୟାଳୟରେ ପିଆନ ତଥା ସୁଇପର ରୂପେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପାଇଥିଲେ | ଉତ୍ତମ ବ୍ୟବହାର ତଥା ବିଭିନ୍ନ ବିଭାଗରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ଶ୍ରୀ ବେହେରାଙ୍କୁ ଗତ ୨୦୨୩ମସିହାରେ ବିଶ୍ଵବିଦ୍ୟାଳୟର ଭାଇସଚାନ୍ସେଲରଙ୍କପ୍ରରୋଚନାରେ ଉକ୍ତ ଏଜେନ୍ସି ଶ୍ରୀ ବେହେରାଙ୍କୁ ଅର୍ଥ କାରବାର ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଚାକିରିରୁ ବାହାର କରିଦେଲେ। ଦୁଇ ଜଣ ବ୍ୟକ୍ତିଙ୍କୁ ଚାରିରିରୁ ବାହାର କରିଦେବା ଓ ପରବର୍ତ୍ତୀ ସମୟରେ ଜଣଙ୍କୁ ନିଯୁକ୍ତି ଦେବା ଓ ଶ୍ରୀ ବେହେରାଙ୍କୁ ନିଯୁକ୍ତି ନଦେବାରୁ ଶ୍ରୀ ବେହେରା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଇଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟ ଦୁଇ ମାସ ଭିତରେ ଶ୍ରୀ ବେହେରାଙ୍କ ଦରଖାସ୍ତକୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଭାଇସଚାନ୍ସେଲର ଅବା ରେଜିଷ୍ଟର କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଶ୍ରୀ ବେହେରା ରେଜିଷ୍ଟରଙ୍କ ନାମରେ କୋର୍ଟ ଅବମାନନା ଆଗତ କଲେ ମାନ୍ୟବର କୋର୍ଟ ଏକ ମାସ ମଧ୍ୟରେ ଶ୍ରୀ ବେହେରାଙ୍କ ଅଭିଯୋଗକୁ ପୂର୍ଣ୍ଣଛେଦ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟଥା କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଏସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ୍ ସହ ତଥ୍ୟ ଉତ୍ଥାପନ କରି ନିଜର ଅଭିଯୋଗ ବଖାଣି ଥିଲେ। ତେବେ ଆଗାମୀ ଦିନରେ କୌଣସି ସ୍ଥାୟୀ ସମାଧାନ ନହେଲେ ବିଶ୍ଵବିଦ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଚେତାବନୀ ଦେଇଛନ୍ତି ଶକ୍ତି ଶଙ୍କର ବେହେରା।




Post a Comment