Header ADS

ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌।

 ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌।



ପୁରୀ,୨୪/୮(ଓଡ଼ିଶା ଆଦର୍ଶ): ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ଗାଡ଼ି ପାର୍କିଂ ସମୟରେ ତଳକୁ ଖସିପଡିଲା କାର୍ । ତେବେ ଏତେ ଉପରୁ ଗାଡ଼ି ଖସିବା ଫଳରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ରବିବାର ଦିନ ପୁରୀ ସ୍ଥିତ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଘଟିଛି ବଡ଼ ଧରଣର ଅଘଟଣ ।ଏକ କାର୍ ପାର୍କିଂ କରୁଥିବା ସମୟରେ ହଠାତ୍ ତଳକୁ ଖସିପଡିଥିଲା । ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡିଥିଲା କାର୍ । ଯାହାଫଳରେ କାର୍ରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଡ୍ରାଇଭରଙ୍କ ଘର ଭଦ୍ରକ ଧାମରା ଅଞ୍ଚଳର ବୋଲି ଜଣାପଡିଛି ।

Post a Comment

Previous Post Next Post
Header ADS