Header ADS

ଦାନ୍ତ ଥାଇ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର।

 ଦାନ୍ତ ଥାଇ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର।



ନୀଳଗିରି,୧/୮(ଓଡ଼ିଶା ଆଦର୍ଶ): ନୀଳଗିରି ମେଡିକାଲରେ ଏକ ଆସନ୍ନ ପ୍ରସବ ମହିଳା ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ର କୁ ଜନ୍ମ ଦେଇଥିବା ବେଳେ ଜନ୍ମିତ ଶିଶୁ ପୁତ୍ରର ତଳ ମାଢ଼ି ରେ ଦୁଇଟି ଦାନ୍ତଥିବାର ଦେଖିବାକୁ ମିଳିଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁସାରେ ନିଳଗିରି ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ପଞ୍ଚାୟତର ତେନ୍ତୁଳିଆ ଗ୍ରାମର ପ୍ରଦୀପ କୁମାର ରାଉତ ର ସ୍ତ୍ରୀ ମାମା ଦେଶାରି ଆସନ୍ନ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗତ ଗୁରୁବାର ଦିନ ନିଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଗୋଟାଏ ଦିନ ମେଡିକାଲରେ ରହିବା ପରେ ଶୁକ୍ରବାର ଦିନ ମାମା ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିବା ବେଳେ ଉକ୍ତ ଶିଶୁ ପୁତ୍ରର ତଳ ମାଢ଼ି ରେ ଦୁଇଟି ଦାନ୍ତ ଥାଇ ଜନ୍ମ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ତେବେ ଉଭୟ ମାଆ ଓ ଶିଶୁ ପୁତ୍ର ସୁସ୍ଥ ଥିବାର ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS