Header ADS

ନୀଳଗିରି ଉପକାରାଗାର ମିଶ୍ରଣକୁ ବିରୋଧ।

 ନୀଳଗିରି ଉପକାରାଗାର ମିଶ୍ରଣକୁ ବିରୋଧ ଜୋର ଧରିଲା; 

ଉଭୟ ଓକିଲ ସଂଘ ଓ ମୋହରରି ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।



ନୀଳଗିରି,୯/୭(ଓଡ଼ିଶା ଆଦର୍ଶ):ନୀଳଗିରି ଉପକାରାଗାର ମିଶ୍ରଣପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଏହାକୁ ନୀଳଗିରି ଗଡଜାତ ପ୍ରଜାମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ରାଜାରାଜୁଡ଼ା ଅମଳରୁ ନୀଳଗିରି କାରାଗାର ନିର୍ମାଣ ହୋଇଥିବାବେଳେ ସହଜରେ ଆମେ ସ୍ଥାନାନ୍ତରିତ କରାଇ ଦେବୁନାହିଁ। ଯଦି ସରକାର ନୀଳଗିରି ଗଡଜାତବାସୀଙ୍କ ଦାବୀକୁ ନରଖନ୍ତି ତେବେ ନୀଳଗିରି ଜେଲ୍ ଆଗରେ ଆମରଣ ଅନଶନ କରାଯିବବୋଲି ଅନେକ ବୁଦ୍ଧିଜୀବି ପ୍ରକାଶ କରିଛନ୍ତି। ୧୯୨୦ମସିହାରେ ଏହି କାରାଗାର ନିର୍ମାଣ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡର ଏକମାତ୍ର ଆଇଟିଡିଏ ବ୍ଲକ ହୋଇଥିବା ବେଳେ ଏଠାରେ ଉଭୟ କୋର୍ଟ ଓ ଥାନା ରହିଛି। ଉପଖଣ୍ଡର ୮୦ପ୍ରତିଶତ ଆଦିବାସୀ, ହରିଜନ ସଂପ୍ରଦାୟର ଲୋକମାନେ ରହୁଥିବାବେଳେ ପତର ଓ ପଥର ଉପରେ ନିର୍ଭରଶିଳ। ଉକ୍ତ ଜେଲକୁ ଏଠାରୁ ଉଠାଇନେଇ ବାଲେଶ୍ୱର ଜେଲ ସହିତ ମିଶାଇଲେ ଏମାନଙ୍କର ଆର୍ଥିକ ମାନଦଣ୍ଡ ଉପରେ ପ୍ରଭାବ ପକାଇବ। ସ୍ଵାଧୀନ ଭାରତବର୍ଷରେ ପ୍ରଥମ ଗଡଜାତ ରାଜ୍ୟ ଭାବେ ସ୍ଵାଧୀନ ଭାରତରେ ମିଶ୍ରଣ ହେବାପରେ ଅନ୍ୟ ଗଡଜାତ ରାଜ୍ୟ ସ୍ଵାଧୀନ ଭାରତବର୍ଷରେ ସାମିଲ ହୋଇଥିଲେ। ସେଥିପାଇଁ ନୀଳଗିରିକୁ ଚୁକ୍ତି ଅନୁଯାୟୀ କେତେକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା। ବହୁ ସ୍ଵାଧୀନତା ସଂଗ୍ରାମୀ ଏହି ଜେଲରେ ବନ୍ଦୀଜୀବନ ବିତାଇଥିଲେ। ସେଥିପାଇଁ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୀଳଗିରି ବାସୀ ଏହୀ ମିଶ୍ରଣକୁ ଘୋର ବିରୋଧ କରିଛନ୍ତି। ଆଜି ନୀଳଗିରି ଉପଖଣ୍ଡର ଉଭୟ ଓକିଲ ସଂଘ, ଓ ମହୋରରି ସଂଘ ଜେଲ୍ ସମ୍ମିଶ୍ରଣକୁ ବିରୋଧକରି ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ବାଲେଶ୍ଵର ସାଂସଦ, ନୀଳଗିରି ବିଧାୟକ, ଗୃହବିଭାଗର ସଚିବ, ଜେଲ ବିଭାଗର ମହାନିର୍ଦ୍ଦେଶକ,ବାଲେଶ୍ଵର ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପଖଣ୍ଡ ଓକିଲସଂଘର ସଭାପତି ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ନୀଳଗିରି ଓକିଲସଂଘର ସଭାପତି ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ପଣ୍ଡା, କିଶୋର ଷଡ଼ଙ୍ଗୀ, ବିନୟ ପ୍ରଧାନ, ସୋମନାଥ ନାୟକ, ଦିଗମ୍ବର ସ, ସମେତ ବହୁ ବରିଷ୍ଠ ଆଇନଜୀବି, ମହୋରରୀ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ସମ୍ପାଦକ ଗୌରହରି ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ଥିଲେ।

Post a Comment

Previous Post Next Post
Header ADS