ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି: ବାହୁଡ଼ା ଯାତ୍ରାରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ନୀଳଗିରି,୫/୭(ଓଡ଼ିଶା ଆଦର୍ଶ):ଭାବଭକ୍ତିର ମହାମିଳନର ପର୍ବ ।ଭାବମୟ ପରିବେଶରେ ଉଛୁଳିଉଠିଛି ତୃତୀୟ ଶ୍ରୀକ୍ଷେତ୍ରର ବଡଦାଣ୍ଡ। ଆକାଶରୁ ଝରିପଡୁଛି ପ୍ରେମ ଅମୃତର ବାରିଧାରା। ଏହାରି ମଧ୍ୟରେ ପ୍ରଥମେ ଚକ୍ରରାଜ୍ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ମାଉସୀମା ମନ୍ଦିର ଜନ୍ମବେଦୀରୁ ସେବାୟତଙ୍କ ଦ୍ବାରା ଗୋଟିପହଣ୍ଡିରେ ଯାଇ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶଙ୍ଖ, ଘଣ୍ଟ ,ଘଣ୍ଟା, କାହାଳୀ,ମୃଦଙ୍ଗ ଓ କୀର୍ତ୍ତନର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ରେ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ,ତହସିଲଦାର ସୋନମ୍ ଦାସ, ଏସଡିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗିରହିଥିଲା। ପରମ୍ପରା ଅନୁଯାୟୀ ଆଜିଠାରୁ ଦୁଇଦିନ ପର୍ଯ୍ୟନ୍ତ ରଥଟଣା ଚାଲିବାକୁ ଠାକୁରମାହାଲ ପକ୍ଷରୁ ସୂଚନା ମିଳିଛି।
Post a Comment