Header ADS

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ମହାବାହୁଙ୍କ ସୁନାବେଶ

 ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ମହାବାହୁଙ୍କ ସୁନାବେଶ 



ନୀଳଗିରି,୫/୭(ଓଡ଼ିଶା ଆଦର୍ଶ):ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ବାହୁଡାଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ରଥଦାଣ୍ଡରେ ରାତ୍ରିଯାପନ କରିବା ପରେ ଆଜି ହେବ ରଥଟଣା । ଅଧା ରାସ୍ତାରେ ଅଟକି ରହି ପୁଣି ଆସନ୍ତାକାଲି ରଥଟଣା ହୋଇ ଶ୍ରୀମନ୍ଦିରରେ ପହଂଚିବେ ମହାବାହୁ। ଆଜି ତିନି ଠାକୁର ସକାଳେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବଡ ଏକାଦଶୀ ହୋଇଥିବାରୁ ହଜାର ହଜାର ଭକ୍ତ ଆଜି ରଥ ଉପରେ ଯାଇ ତିନି ଠାକୁରଙ୍କ ସୁନାବେଶ ଦର୍ଶନ କରି ଆଶିଷ କାମନା କରିଛନ୍ତି।

Post a Comment

أحدث أقدم
Header ADS