Header ADS

ଘରେ ପଶି ଯୁବକଙ୍କୁ ମରଣାତ୍ମକ ଆକ୍ରମଣ।

 ଘରେ ପଶି ଯୁବକଙ୍କୁ ମରଣାତ୍ମକ ଆକ୍ରମଣ



ନୀଳଗିରି,୬/୭(ଓଡ଼ିଶା ଆଦର୍ଶ): ଘରେ ପଶି ଜଣେ ଯୁବକ କୁ ମାରଣାତ୍ମକ ଆକ୍ରମଣ ରେ ଯୁବକ ଗୁରୁତର ହୋଇ ମେଡିକାଳରେ ଭର୍ତ୍ତି । ଘଟଣାରୁ ପ୍ରକାଶ ନୀଳଗିରି ଥାନା ପୋଡ଼ାଶୂଳ ଗ୍ରାମର୰ଅର୍ଜୁନ ଚରଣ ସ୍ଵାଇଁ ଙ୍କ ପୁତ୍ର ବଳରାମ (୪୦) ୫ ତାରିଖ ଶନିବାର ରାତିରେ ପୋଡାଶୂଳ ବଜାରରୁ ସଉଦା କିଣି ଘରେ ପହଞ୍ଚି ଥିଲେ। ଖାଦ୍ୟ ଖାଉଥିବା ବେଳେ ରାତି ପ୍ରାୟ ୧୦ ଟା ସମୟରେ ଏକ ଯୁବକ ମୁହଁରେ କପଡ଼ା ଗୁଡାଇ ଏକ ଖଣ୍ଡାରେ ମୁଣ୍ଡକୁ ମାରୁଥିବା ବେଳେ ଖଣ୍ଡାଟି ତଳେ ପଡ଼ିଯାଇଥିଲା । ପାଖରେ ଥିବା ଏକ ପ୍ଲାସ ପାଇ ଦୁର୍ବୁତ ଜଣକ ବଳରାମ ର ମୁଣ୍ଡ କୁ ଆଘାତ କରିଚାଲିଥିଲା । ବଳରାମ ପାଟି କରିବାରୁ ଦୁର୍ବୁତ ଜଣକ ଆସିଥିବା ଗାଡିରେ ଫେରାର ହୋଇଯାଇଥିଲା । ଗ୍ରାମବାସୀ ପହଞ୍ଚି ବଳରାମକୁ ନୀଳଗିରି ଚିକିତ୍ସାଳୟ ଆଣି ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତ୍ଵର ଥିବାରୁ ବଳରାମ ରେମୁଣା ମେଡ଼ିକାଲ କଲେଜରେ ଚିକିସ୍ଥିତ ହେଉଛନ୍ତି। ବଳରାମ ର ମୁଣ୍ଡର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା ।ଏ ନେଇ ନୀଳଗିରି ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି।ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ଆଇ.ଆଇ.ସି. ଗୋବର୍ଦ୍ଦନ ନାୟକ ପ୍ରକାଶ କରିଛନ୍ତି।

Post a Comment

أحدث أقدم
Header ADS