ନୀଳଗିରି ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଭାବେ ଶୁଭାରମ୍ଭ ହୋଇଯାଇଛି।ଆଜିର ଏହିପ୍ରଥମ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପରଭାଇଜର ଓ ବି.ଏଲ.ଓ. ମିଶି ମୋଟ ୪୫ ଜଣ ଅଂଶ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ସୁପର ଭାଇଜୋର୍ ଓ ବି.,ଏଲ. ଓ.ଙ୍କୁ ଆସନ୍ତା ୧୭ ତାରିଖ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମରେ ବୁଥ ସ୍ତରୀୟ ଅଧିକାରୀ ମାନେ ଫର୍ମ -୬,୬ଏ ,୭,୮ର ଉପଯୋଗ କରିବା ପାଇଁ ବିଭିନ୍ନ ତଥ୍ୟକୁ ଆଧାର କରି ବିବରଣୀ ଅନୁଯାୟୀ ସଠିକତା ଉପରେ ଅଭିଜ୍ଞ ପ୍ରଶିକ୍ଷକ ଗଣ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ବିଶେଷ ଭାବରେ ଅବଗତ କରାଇବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏତଦ୍ ଭିନ୍ନ ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର ଯୋଗେ ସନ୍ଦେହ ଦୂର ପାଇଁ ବ୍ୟବସ୍ଥା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁବିଭାଗୀୟ ଅଧିକାରୀ କୌଶଲ୍ୟା ବେହେରା, ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ତଥା ବରିଷ୍ଠ ରାଜସ୍ବ ସହାୟକ ସୁଶାନ୍ତ ସିଂ, ନରୋତ୍ତମ ପଲେଇ, ଗୀତା ରାଣୀ ସିଂ, ଜେ. ଆର. ଏ. ମୃତ୍ୟୁଞ୍ଜୟ ବେହେରା, ପରମେଶ୍ବର ନାଏକ, ରଥିଆ ସିଂ, ପ୍ରିୟଙ୍କା ସିଂ ଏବଂ ଗୌତମ ହାବୁଡ଼ା ପ୍ରମୁଖ ସହଯୋଗ କରିଥିଲେ।
Post a Comment