ଦିବଙ୍ଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ନୀଳଗିରି ବନ୍ଦ ସଫଳ
ନୀଳଗିରି,୧୬/୭(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଫକୀରମୋହନ ସ୍ୱୟଂ ଚାଳିତ କଲେଜରେ ଇଣ୍ଟିଗ୍ରେଟେଡ଼ ବିଇଡ଼ିର ଦ୍ୱିତୀୟବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନ୍ୟାୟ ନପାଇ ଆତ୍ମହୁତି ଦେବା ଘଟଣା ଓଡିଶା ରାଜନୀତିକୁ ହଲଚଲ କରିଛି। ଆଜି ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେଡ଼ି ଘେରିଥବା ବେଳେ ଦଳପକ୍ଷରୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଧର୍ମଘଟ କରାଯାଇଥିବା ବେଳେ ଅନୁରୂପ ଭାବେ ନୀଳଗିରି ବିଜେଡ଼ି ପକ୍ଷରୁ ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ବାଇପାସ ଠାରେ ଟାୟାର ଜାଳି ଧର୍ମଘଟ କରାଯାଇଛି।ପୂର୍ବାହ୍ନ୬ ଘଟିକାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ବନ୍ଦପାଳନ କରାଯାଇଥିଲା।ଉକ୍ତ ଧର୍ମଘଟରେ ପ୍ରଥମେ ବାଇକ ରାଲିରେ ବଜାର ପରିକ୍ରମା କରାଯାଇଥିବା ବେଳେ ସମସ୍ତ ଦୋକାନ ବଜାର, ସରକାରୀ ଦପ୍ତର, ବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି |ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବୀ କରାଯାଇଥିବା ବେଳେ ଆତ୍ମହତ୍ୟାର ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି। ଏହି ବନ୍ଦପାଳନ ଏବଂ ବିକ୍ଷୋଭରେ ପୂର୍ବତନ ବିଧାୟକଙ୍କ ସହିତ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପେନ୍ଦ୍ର ଦାସ, ଗଙ୍ଗାଧର ମିଶ୍ର, ରବୀନ୍ଦ୍ର ପରିଡା, ରାଜୀବ ଦାସବାବୁ, ଉଦୟଜ୍ୟୋତି ମହାନ୍ତି, ବିଜୟ ଲେଙ୍କା, ରମେଶ ବାଗ, ଶରତ ଦାସ, ରବୀନ୍ଦ୍ର ପାତ୍ର, ଭାଗବତ ଖିଲାର, ସଞ୍ଜୟ ସିଂ, ଉପେନ୍ଦ୍ର ନାୟକ, ବୁଦ୍ଧଦେବ ସରକାର, ଲୁନା ଦାସ, ଅଚ୍ୟୁତ ପ୍ରଧାନ, ରାମକୃଷ୍ଣ ମହାପାତ୍ର, ସାବିତ୍ରୀ ସିଂ, ଚାନ୍ଦମଣି ମୁର୍ମୁ, ରମାକାନ୍ତ ମହାଳିକ, ବିନିତା ମଢେଇ ପ୍ରମୁଖ ବହୁ ନେତୃସ୍ଥାନୀୟ କର୍ମୀ ଉକ୍ତ ଧର୍ମଘଟରେ ସାମିଲଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ନୀଳଗିରି ପୋଲିସ ଧର୍ମଘଟ ସ୍ଥଳୀରେ ଉପସ୍ଥିତ ଥିଲେ | ନୀଳଗିରିରେ ଆଜି ଏହି ଧର୍ମ ଘଟ ସମ୍ପୂର୍ଣ୍ଣ ସଫଳ ହୋଇଥିବାର ଦେଖିବାକୁ ମିଳିଛି |
Post a Comment