ଡିଭାଇନ ଏଜୁକେଶନାଲ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ
ନୀଳଗିରି,୫/୭(ଓଡ଼ିଶା ଆଦର୍ଶ): ନୀଳଗିରି ସ୍ଥିତ ଡିଭାଇନ ଏଜୁକେଶନାଲ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ୭୬ତମ ବନ ମହୋତ୍ସବ ସପ୍ତାହ ଘରୋଇ ଶିକ୍ଷା ଅନୁଷ୍ଠାନ ଡିଭାଇନ କମ୍ପିଟେଟିଭି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଦସ୍ୟ ଓ ସଦସ୍ୟା ଙ୍କ ସହିତ ଛାତ୍ର ଛାତ୍ରୀ ଯୁବପ୍ରାଣ ଉପସ୍ଥିତ ହୋଇଥିଲେ।ଏଥିରେ ମୂଖ୍ୟ ବକ୍ତା ଭାବେ ନୀଳଗିରି ବନବିଭାଗ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଲେଙ୍କା ଓ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ,ନୀଳଗିରିର ଶିକ୍ଷାର ଆଲୋକବର୍ତ୍ତିକା,ଦିବ୍ୟ ଗୁରୁଜୀ ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା।ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର।ଏହା ବ୍ୟତୀତ ବନ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ପାରମ୍ପରିକ ରୀତିରେ ମହାପ୍ରଭୁଙ୍କ ଚରଣରେ ପ୍ରଦୀପ ପ୍ରଜ୍ଵଳନ କରି,ଵନ୍ଦାପନାପୂର୍ବକ ବେଦ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା।ତତ୍ପରେ ଅତିଥି ମାନଙ୍କୁ ପୁଷ୍ପତୋଡା ସହିତ ବନ୍ଦାପନା ଓ ବୃକ୍ଷ ଦେବ ଭଵ ଭାଵ ଭକ୍ତିରେ ବୃକ୍ଷଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ୧୭୦ଟି ବୃକ୍ଷ ଯୁବପ୍ରାଣ ଛାତ୍ର ଛାତ୍ରୀଙ୍କୁ ବ୍ୟକ୍ତିଗତଭାବେ ପ୍ରଦାନ କରାଯାଇଥିଲା ଓ ଅଳ୍ପ କିଛି ବୃକ୍ଷ ଡିଭାଇନ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା। ପରେ ନୀଳଗିରି ରାଜରାସ୍ତାରେ ଏକ ସଚେତନତା ଶୋଭାଯାତ୍ର କରାଯାଇଥିଲା।
ଅଧିକ ଭାଵପ୍ରିୟ ହୋଇପାରିଥିଲା ଅତିଥିମାନଙ୍କ ପ୍ରେରଣା ନିମନ୍ତେ।କିପରି ବୃକ୍ଷ ଆମ ପାଇଁ ପ୍ରାଣ ଓ ଭଗବାନ, ତଥା ବୃକ୍ଷ କୁ ପ୍ରତି ପରିବାର ପୁତ୍ରକନ୍ୟା ରୂପରେ ଗ୍ରହଣ କରି ଯତ୍ନ ନେବା ଉଚିତ। ସାରା ଦୁନିଆରେ ବଞ୍ଚିବା ନିମନ୍ତେ ଗଛ ହିଁ ବଞ୍ଚିବାର ଏକ ସାକ୍ଷୀ।ଏହାକୁ ସବୁଆଡେ ଏହି ସମୟରେ ଅଧିକ ରୋପଣ କରିବା ଉଚିତ ତାହା ସହିତ ତାର ଯତ୍ନ ନେବା ବି ଜରୁରୀ ଅଟେ। ଜଙ୍ଗଲରେ ନିଆଁ ଲଗେଇବା ନାହିଁ,ଗଛ କାଟିବା ଏକ ମହା ଅପରାଧ ସହିତ ଗଛ ଲଗେଇବା ବିଶ୍ୱ ବଞ୍ଚେଇବା ଏହିପରି ଅନେକ ପ୍ରେରଣା ମିଳିଥିଲା ଯେଉଁ ଥିରେ କି ସମସ୍ତେ ଅନୁଭବ କରିଥିଲେ କି ଯେ ପରିବେଶ ସୁରକ୍ଷା ଜୀବନ ରକ୍ଷା ଆଉ ଗଛ ବଞ୍ଚିଲେ ଆମେ ବଞ୍ଚିବା।ପରିଶେଷରେ ଭବିଷ୍ୟତରେ ଅନେକ ଗଛ ଲଗା ଯିବାର ଶପଥ ଗ୍ରହଣ କରାଯାଇଥିଲା।।ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ସହକର୍ମୀ କ୍ରିଷ୍ଣା ପଲେଇ। ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇ ଥିବା ଟ୍ରଷ୍ଟର ଅନ୍ତେବାସୀ ଙ୍କୁ ଆନ୍ତରିକ ଧନ୍ୟବାଦ ସହିତ ସମସ୍ତ ଉପସ୍ଥିତ ଅତିଥି ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇଥିଲେ ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର।
Post a Comment