ଆଡ଼ପ ମଣ୍ଡପରେ ମତ୍ସ୍ୟ ଓ କଛପ ଅବତାରରେ ଦର୍ଶନ ଦେଲେ ଶ୍ରୀଜୀଉ।
ନୀଳଗିରି,୩୦/୬(ଓଡ଼ିଶା ଆଦର୍ଶ)ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ଗତକାଲି ରାତିରେ ଆଡ଼ପ ମଣ୍ଡପ ବିଜେ କଲା ପରେ ନୀଳଗିରି ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁ ମତ୍ସ୍ୟ ଓ କଛପ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି। ଧାଡ଼ିରେ ଭକ୍ତମାନେ ମତ୍ସ୍ୟ ଓ କଛପ ଅବତାରରେ ମହାବାହୁଙ୍କୁ ଦର୍ଶନ କରିବା ସହିତ ଆଶିଷ ଭିକ୍ଷା କରିଥିଲେ। ମହାପ୍ରଭୁଙ୍କ ଏହି ବେଶ ଦେଖିବାପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ଼ ହୋଇଛି। ଭକ୍ତ ମାନଙ୍କସୁରକ୍ଷା ପାଇଁ ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
إرسال تعليق