Header ADS

ରତ୍ନାକର ଟାଉନ ହାଇସ୍କୁଲରେ ମାଣିକ ଜୟନ୍ତୀ ସମାରୋହ

 ରତ୍ନାକର ଟାଉନ ହାଇସ୍କୁଲରେ ମାଣିକ ଜୟନ୍ତୀ ସମାରୋହ

ଯୋଗଦେଲେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ



ନୀଳଗିରି,୨୯/୬(ଓଡ଼ିଶା ଆଦର୍ଶ): ବହୂ ପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାଲି ଗୋହିରୀ ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲର ୪୦ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରାତନ ଛାତ୍ରସଂସଦ ଦ୍ଵାରା ଆୟୋଜିତ ରୁବି ଜୁବୁଲି ଉତ୍ସବ କମିଟିର ମାଣିକ ଜୟନ୍ତୀ ଦ୍ଵିତୀୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା, ଯୁବବ୍ୟାପାର ଓଡ଼ିଆ ଭାଷା ସାହିତ୍ୟ ମନ୍ତ୍ରୀ ମାନ୍ୟବର ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମହିମାମଣ୍ଡିତ କରିବା ସହିତ ବିଦ୍ୟାଳୟର ଗାରିମା ବିଷୟରେ ବଖାଣିଥିଲେ। ଏହି ଶିକ୍ଷାନୁଷ୍ଠାନର ବହୁ ଶିକ୍ଷାର୍ଥୀ ରାଜ୍ୟ ଓ ରାଜ୍ୟ ବାହାରେ ବଡ଼ବଡ଼ ପଦପଦବୀରେ ରହି ଶିକ୍ଷାନୁଷ୍ଠାନର ନାମ ଉଚ୍ଚା କରିଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ। ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉକ୍ତ ଶିକ୍ଷାନୁଷ୍ଠାନର ନୀତିଆଦର୍ଶ ଏବଂ ଶିକ୍ଷଣୀୟ ଶୈଳୀ, ବିଶେଷକରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରି ଗଢିତୋଳିବା ଫଳରେ ଶିକ୍ଷାନୁଷ୍ଠାନଟି ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇପରିଛି ବୋଲି ବକ୍ତବ୍ୟ ଦେଇଥିଲେ। ପରେ ମାନନୀୟ ମନ୍ତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ନୀଳଗିରି ମାଟିକୁ ସବୁଜିମା ବଳୟରେ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଦୀପ୍ତିକାନ୍ତ ମହାପାତ୍ର, ଏନଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ପୁରାତନ ଛାତ୍ରସଂସଦ ସଭାପତି ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ସତ୍ୟଗୋପାଳ ମହାପାତ୍ର ମଞ୍ଚାସିନ ଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସମାଗମ ଜୟନ୍ତୀକୁ ଉତ୍ସବମୁଖର କରିଥିଲା। କାର୍ଯ୍ୟକ୍ରମ ଅନ୍ତରାଳେ ମାନ୍ୟବର ମନ୍ତ୍ରୀ ବଡ଼ଦାଣ୍ଡ ଆସି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିବା ଦେଖାଯାଇଥିଲା।

Post a Comment

أحدث أقدم
Header ADS