ନୀଳଗିରି ଏନ୍ ଏ ସି ରେ ବିକାଶ ବାହନ ରଥର ଶୁଭାରମ୍ଭ
ନୀଳଗିରି,୧୯/୦୬(ଓଡ଼ିଶା ଆଦର୍ଶ):ରାଜ୍ୟରେ ଡବଲ ଇଞ୍ଜିନ ମୋହନ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସର ରେ ଆଜି ପୂର୍ବାହ୍ନ ୮ ଘଟିକା ସମୟ ରେ ନୀଳଗିରି ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ମହାଆଡମ୍ବରରେ ବିକାଶ ବାହନ ରଥର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ସମାରୋହରେ ଏନ୍ ଏ ସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା,ସାଂସଦ ପ୍ରତିନିଧି ମନୋରଞ୍ଜନ ବେହେରା,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ସି ଓ ମମତା ପଣ୍ଡା ,ସମସ୍ତ କାଉନସିଲର, ସ୍ବଚ୍ଛ ସାଥୀ ତଥା କାର୍ଯ୍ୟାଳୟ କର୍ମଚାରୀଙ୍କ ଉପସ୍ଥିତି ରେ ବିକାଶ ବାହନ ରଥର ଶୁଭ ଉଦ୍ଘାଟନ ହୋଇଥିଲା। ସୂଚନାରୁ ଜଣାଯାଇଛି,ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁ ରହିଛି।ସେହି କ୍ରମରେ ଆଜି ନୀଳଗିରି ଏନ୍ ଏ ସି ୧୩ ଟି ୱାର୍ଡ ରେ ଏହି ରଥ ପରିକ୍ରମା କରିବାସହିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ବଣ୍ଟନ କରିଥିବା ଜଣାଯାଇଛି।ଏଠାରେ ସୂଚନାଯୋଗ୍ୟ,ଉକ୍ତ ସମାରୋହ ରେ ୨୦ ଜଣ ଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ,୨୦ ଜଣ ପଥ ବିକାଳୀ ଙ୍କୁ ପରିଚୟ ପତ୍ର,୪ ଜଣ ଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା,୧୬ ଜଣ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ପତ୍ର ଓ ୭ ଜଣ ଙ୍କୁ ଟ୍ରେଡ ଲାଇସେନ୍ସ ପ୍ରଦାନ କରାଯାଇ ଥିଲା ।ଅନ୍ୟ କାଉନସିଲର ଙ୍କ ମଧ୍ୟରେ କମଳାମଣି ପରିଡ଼ା, ଆଦ୍ୟାସା ଦାସ, ରତିପ୍ରଭା ସାହୁ,ରାଜୁ ସିଂ,ପ୍ରତିମା ମୁଦୁଲି,ପ୍ରତାପ କୁମାର ସେଠୀ,ସୁଚିଶ୍ମିତା ବେହେରା,ବନିତା ମହାଳିକ, ରିତାଞ୍ଜଳି ପ୍ରଧାନ,ସୁଲୋଚନା ଖଟୁଆ, ଗୌରାଙ୍ଗ ବିନ୍ଧାଣୀ,ପ୍ରିୟଙ୍କା ସିଂଙ୍କ ସମେତ ବିଭିନ୍ନ ୱାର୍ଡ ର ବହୁ ହିତାଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
Post a Comment