Header ADS

କାର କୁ ଚାପିଦେଲା ଟ୍ରକ୍

 କାର କୁ ଚାପିଦେଲା ଟ୍ରକ୍



ନୀଳଗିରି,୨୫/୬(ଓଡ଼ିଶା ଆଦର୍ଶ):ବାଲେଶ୍ବର ଜିଲ୍ଳା ନୀଳଗିରିରେ ଭୟଙ୍କର ସଡକ ଦୁର୍ଘଟଣା । କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ଦାଦାର ଜୀବନ ପୁତୁରା ଗୁରୁତର । ବାହାଘରକୁ ଥିଲା ଦୁଇଦିନ ହେଲେ ଦୁର୍ଘଟଣାରେ ଆଖିବୁଜିଛନ୍ତି ଯୁବକ ଜଣକ । ନୀଳଗିରି ଥାନା ବାଲିଗୋହିରୀ ଛକ ନିକଟରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । 

ସୂଚନା ଅନୁଯାଇ, ଗୋବରା ଗାଁର ହରେକୃଷ୍ଣ ନିଜ ପୁତୁରା ଜ୍ୟୋତିଶଙ୍କରଙ୍କ ସହ କାର୍‌ ଯୋଗେ ବନ୍ଧୁଙ୍କୁ ଆଣିବାକୁ ବାଲେଶ୍ବର ଷ୍ଟେସନକୁ ଯାଉଥିଲେ ।ଭୋର ୪ଟା ସମୟରେ ଯାଉଥିବାବେଳେ ବୀପରିତ ଦିଗରୁ ଦୃତଗତିରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହରେକୃଷ୍ଣ ମୃତବରଣ କରିଥିବାବେଳେ ପୁତୁରା ଜ୍ୟୋତିଶଙ୍କକୁ ଚିକିତ୍ସା ପାଇଁ କଟକ ନିଆଯାଇଛି  । ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଆଉ ୨ ଦିନ ପରେ ଅର୍ଥାତ ୨୭ ତାରିଖରେ ବିବାହ କରିଥାନ୍ତେ ହରେକୃଷ୍ଣ । ହେଲେ ଏହା ପୂର୍ବରୁ ଅକାଳରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଲୋକେ କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଶେରଗଡ଼ ଝରଣଘାଟି ରାସ୍ତା ବାଲିଗୋହିରି ଛକ ଠାରେ ଅବରୋଧ କରିଛନ୍ତି ।

Post a Comment

Previous Post Next Post
Header ADS