Header ADS

ପରିବାରର ଅନୁପସ୍ଥିତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ |

 ପରିବାରର ଅନୁପସ୍ଥିତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ ।

 ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ ଅଭିଯୋଗ ।



ନୀଳଗିରି,୧୯/୬ (ଓଡ଼ିଶା ଆଦର୍ଶ): ଦୁଇ ଦିନ ଧରି ପରିବାରର ବର୍ଗ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୁତ୍ତ । ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଡକାୟତି ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ଘଟଣା ରୁ ପ୍ରକାଶ ନୀଳଗିରି ଉପଖଣ୍ଡ ବରହମପୁର ଥାନା ପିଠାହତା ପଞ୍ଚାୟତ ଟାଙ୍ଗଣା ଗ୍ରାମର ବିଶ୍ୱନାଥ ବୁଗୁଡ଼ାଇ ଏବଂ ତାଙ୍କ ସପରିବାର ଗତ ଦୁଇ ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଶାଶୁଙ୍କ ଦେହାନ୍ତ ଖବର ପାଇ ଯାଇଥିଲେ । ଘରେ କେହି ନଥିବା ର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଥିଲେ । ଗତ କାଲି ସନ୍ଧ୍ୟାରେ ସପରିବାର ଘରେ ପହଞ୍ଚିବା ବେଳକୁ ସବୁ ସରିଯାଇଥିଲା ।ଉକ୍ତ ପରିବାର ଘର ଛାଡ଼ି ଯାଇଥିବା ବେଳେ  ଆସିଲା ପରେ ଘର କବାଟ ମଧ୍ୟ ଖୋଲା ପଡିଥିଲା । ଭିତରେ ଥିବା ଗଡ଼ରେଜ ଭଙ୍ଗା ଯାଇ ଦୁଇ ଝିଅଙ୍କ ବିବାହ ପାଇଁ କିଣିଥିବା ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ଶ୍ରୀଯୁକ୍ତ ବୁଗୁଡ଼ାଇ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି ବାଲେଶ୍ୱର ସାଇଣ୍ଟିଫିକ ଟିମ ଏବଂ ସନ୍ଧନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଛନଭିନ ଆରମ୍ଭ କରିଛି।

Post a Comment

Previous Post Next Post
Header ADS