Header ADS

ସହରାଞ୍ଚଳ ଚାଷୀଙ୍କୁ ମିଳିଲା CM କିଷାନ ଟଙ୍କା ....

 ସାଂସଦ ପ୍ରତାପ ଙ୍କ କଥା ରଖିଲେ

 ମୋହନ ସରକାର...

ସହରାଞ୍ଚଳ ଚାଷୀଙ୍କୁ ମିଳିଲା CM କିଷାନ ଟଙ୍କା ....


ନୀଳଗିରି,୧/୫(ଓଡ଼ିଶା ଆଦର୍ଶ):ସହରାଞ୍ଚଳ ଚାଷୀଙ୍କ ଦୁଃଖ ବୁଝିଲେ ବିଜେପି ର ମୋହନ ସରକାର। ପୂର୍ବରୁ ବିଜେଡି ସରକାର ଦ୍ବାରା ଅଣଦେଖା ର ଶିକାର ହୋଇଥିଲେ ସହରାଞ୍ଚଳ ର ଚାଷୀ। ରାଜ୍ୟରେ ବିଜେପି ସରକାର ଆସିବ ପରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓଡ଼ିଶାର ସହରାଞ୍ଚଳ ଚାଷୀଙ୍କ ଦୁଃଖ ବୁଝି କୃଷିମନ୍ତ୍ରୀ ତଥା ଉପ ମୂଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଙ୍କୁ CM କିଷାନ ସହାୟତା ରାଶି ଯୋଗାଇଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦାବୀ କରିଥିଲେ। ସହରାଞ୍ଚଳ ଚାଷୀଙ୍କ ପାଇଁ ରାଜ୍ୟ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଗତକାଲି ଅକ୍ଷୟ ତୃତୀୟା ରେ ନୀଳଗିରି ସମେତ ସହରାଞ୍ଚଳ ଚାଷୀ ମାନେ CM କିଷାନ ସହାୟତା ରାଶି ପାଇଥିବାରୁ ସାଂସଦ ପ୍ରତାପ ଷଡଙ୍ଗୀ, କୃଷି ମନ୍ତ୍ରୀ କେଭି ସିଂହଦେଓ ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହରାଞ୍ଚଳ ର ଚାଷୀ ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ।

...

Post a Comment

Previous Post Next Post
Header ADS