ଟ୍ରାକ୍ଟର ଡ଼ାଲା ଚୋରି ଅଭିଯୋଗରେ
୩ ଯୁବକ ଗିରଫ।
ନୀଳଗିରି,୨୬/୫(ଓଡ଼ିଶା ଆଦର୍ଶ): ଜଣେ ବ୍ୟକ୍ତି ଏକ ରାସ୍ତା ତିଆରି କାମରେ ଠିକାଦାର ଙ୍କ ପାଖରେ ଲଗାଇଥିବା ଟ୍ରାକ୍ଟର ଡଲା କୁ ରାତି ଅଧିଆ ୩ ଜଣ ଯୁବକ ଚୋରି କରି ଏକ ନିର୍ଦ୍ଧିଷ୍ଟ ଗ୍ୟାରେଜ ରେ ରଙ୍ଗ ବଦଳାଇ ଅନ୍ୟତ୍ର ବିକ୍ରି କରିବା ମହଙ୍ଗା ପଡ଼ିଛି | ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ସୋରୋ ଥାନା ଅନ୍ତର୍ଗତ ସୁନାରି ଗ୍ରାମର ପ୍ରହଲ୍ଲାଦ ମାଝୀ ତାଙ୍କ ଟ୍ରାକ୍ଟର କୁ ସୋରୋ ଥାନା ଅନ୍ତର୍ଗତ ଜଗନ୍ନାଥପୁର- ତରତୁଆ ରାସ୍ତା ନିର୍ମାଣରେ ଠିକାଦାର ଙ୍କ ପାଖରେ ଭଡ଼ା ସୂତ୍ରରେ ଲଗାଇଥିଲେ | ଗତ ୧୦ ତାରିଖରେ ନିମ୍ନଗଡ଼ିଆ ରାସ୍ତାରେ ଡଲା ଟିକୁ ରାସ୍ତା ପାର୍ଶ୍ୱରେ ରଖି ମାଲିକ ଇଞ୍ଜିନ ନେଇ ଯାଇଥିଲେ | ଗତକାଲି ରାତିରେ ତାଙ୍କ ଡଲା ଚୋରି ହୋଇଯାଇଥିବା ପ୍ରହଲ୍ଲାଦ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ମୂଳେ ଉକ୍ତ ଚୋରି ଡଲା କୁ ବିକ୍ରି ଉଦେଶ୍ୟରେ ଖନ୍ତାପଡ଼ା ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ଗେରେଜରେ ରଙ୍ଗ ବଦଳା ଯାଉଥିବାର ଖବର ନୀଳଗିରି ପୋଲିସ ଜାଣିବାକୁ ପାଇଥିଲା | ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ଈଶ୍ୱରପୁର ଥାନା ଏସଆଇ ବିକାଶ କୁମାର ଭୋଇ, ସଦଳବଳେ ଉକ୍ତ ଗେରେଜ ଉପରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଡଲା କୁ ଉଦ୍ଧାର କରାଯାଇ ନୀଳଗିରି ଥାନାକୁ ନିଆଯାଉଥିବା ବେଳେ ୩ ଚୋରି ଅଭିଯୁକ୍ତ ସୋରୋ ଥାନା କେଶରୀପୁର ଗ୍ରାମର ନିରଞ୍ଜନ ମଲ୍ଲିକ (୪୦), ଈଶ୍ୱରପୁର ଫାଣ୍ଡି ତରତୁଆ ଗ୍ରାମର ବିଦ୍ୟାଧର ରାଉତ (୩୫), ଏବଂ ବାଲେଶ୍ୱର ସଦରଥାନା ମାଳିପୁର ଗ୍ରାମର ପ୍ରଶାନ୍ତ ଦାସ (୫୦)ଙ୍କୁ ଗିରଫ କରି ୧୮୪/୨୫ ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି |
Post a Comment