Header ADS

ଛିନତାଇ ଅଭିଯୁକ୍ତ ଗିରଫ। ନଗଦ ୫୦ହଜାର ଟଙ୍କା ଉଦ୍ଧାର।




ନୀଳଗିରି,୧୩/୫(ଓଡ଼ିଶା ଆଦର୍ଶ):ଗତ ୧୫ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ବଉଳଗଡିଆ ମୁକୁନ୍ଦପୁର ରାସ୍ତାରେ ଜଣେ ପଥରମୂର୍ତ୍ତୀ କାରିଗର ତଥା ଠିକାଦାରଙ୍କ ପୁଅ ନିକଟରୁ ନଗଦ ୫୦ହଜାର ଟଙ୍କା ଜୈନିକ ଦୁର୍ବୃତ୍ତ ଛଡ଼ାଇ ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ଆଜି ନୀଳଗିରି ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ତା ନିକଟରୁ ୫୦ହଜାର ଟଙ୍କା ଜବତ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଔପଦା ବ୍ଲକ୍ ଚିନ୍ତାମଣିପୁର ଗ୍ରାମର ପଥରମୂର୍ତ୍ତୀ ଠିକାଦାର ଆନନ୍ଦ ରାଉତଙ୍କ ପୁଅ ଅମିତ୍ ରାଉତ ଏକ ମଟର ସାଇକେଲରେ ୫୦ହଜାର ଟଙ୍କା ରଖି ଘରୁ କୌଣସି କାମରେ ବାହାରକୁ ଯାଉଥିବା ବେଳେ ବଉଳଗଡିଆ ମୁକୁନ୍ଦପୁର ରାସ୍ତା ନିକଟରେ ଉକ୍ତ ଗ୍ରାମର କୈଳାସ ଦାସଙ୍କ ପୁଅ ଚେକ ଓରଫ କ୍ଷେତ୍ରମୋହନ ଅମିତକୁ ଅଟକାଇ ତାଙ୍କୁ ଲଙ୍ଗଳାକରି ୫୦ହଜାର ଟଙ୍କା ଛଡ଼ାଇ ନେଇ ଚଂପଟ ମାରିଥିଲେ। ଏନେଇ ଅମିତ୍ ଙ୍କ ବାପା ଆନନ୍ଦ ରାଉତ ନିକଟସ୍ଥ ଈଶ୍ୱରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘ ୧୫ଦିନ ଛକ୍କାପଞ୍ଝା ପରେ ଶେଷରେ ମଙ୍ଗଳବାର ନୀଳଗିରି ପୋଲିସ ଗିରଫ କରିବା ସହିତ ୫୦ହଜାର ତାଙ୍କ ଉଦ୍ଧାର କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶକରିଛି।

Post a Comment

أحدث أقدم
Header ADS