Header ADS

ମିକ୍ସଚର ମେସିନ ତଳେ ଚାପିହୋଇ ହେଲପର ମୃତ।

 ମିକ୍ସଚର ମେସିନ ତଳେ ଚାପିହୋଇ ହେଲପର ମୃତ।



ନୀଳଗିରି,୧୦/୫(ଓଡ଼ିଶା ଆଦର୍ଶ): କେନାଲ କାମରେ ମିକ୍ସଚର ମେସିନ ତଳେ ଚାପିହୋଇ ଜଣେ ହେଲପର ମୃତ ଘଟିଛି । ସୂଚନା ଅନୁଯାୟୀ ନୀଳଗିରି ଠାରେ ବୈତରଣୀ ନଦୀର ବାମ ପାର୍ଶ୍ୱ କେନାଲ ନିର୍ମାଣ ଚାଲିଥିବା ବେଳେ ନୀଳଗିରି ଠାରେ ଲୋର୍ଡସ ଇନଫ୍ରାକର୍ଣ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ କେନାଲ ନିର୍ମାଣ କରାଯାଉଥିବା ବେଳେ ବଡ଼ ଦୁର୍ଘଟଣା ଘଟିଛି। ଆଜି ଉକ୍ତ ନିର୍ମାଣ ସ୍ଥଳରେ ଏକ ମିକ୍ସଚର ମେସିନ ଓଲଟିଯିବା ଯୋଗୁଁ ତଳେ ଚାପିହୋଇ ହେଲପରଙ୍କ ଜୀବନ ଯାଇଛି। ମୃତ ହେଲପର ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲାର ଚାକୁଳିଆ ଥାନା ଅଧୀନ ମାଟିଆବନ୍ଧି ଗ୍ରାମର ଖୁଦିରାମ କିସ୍କୁ ଙ୍କ ପୁଅ ନୟନ କିସ୍କୁ । ଗୁରୁତର ନୟନ ଙ୍କୁ ସାଥୀ ଶ୍ରମିକ ମାନେ ଉଦ୍ଧାର କରି ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିଳଗିରି ପୋଲିସ ମେଡ଼ିକାଲ ପହଞ୍ଚି ଶବ ଜବତ କରି ନୀଳଗିରି ଥାନା କେସ ନଂ ୧୬୬/୨୫ ମାମଲା ରୁଜୁ କରି ତଦନ୍ତ କରୁଛି।

Post a Comment

أحدث أقدم
Header ADS