ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs) ଢାଞ୍ଚାରେ ହେବ ବଡ଼ ପରିବର୍ତନ
ନୂତନ ପଦକ୍ଷେପ ଦ୍ୱାରା ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା କରାଯିବ।ଏଥିପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ହେବ। ଏହି କ୍ରମରେ ଜିପିଏଲଏଫ, ସିଏଲଏଫ ଏଂବ ବିଏଲଏଫ ବଦଳିବେ। ୨ ଥର ୪ ବର୍ଷରୁ ଅଧିକ ସମୟ ରହିଥିଲେ ପୁନଃନିଯୁକ୍ତି ମିଳିବ ନାହିଁ।
ଓଡ଼ିଶାରେ “ମିଶନ ଶକ୍ତି” ଯୋଜନା ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ। ୨୦୦୧ ମସିହାରେ ଏହାର ସୂଚନା ହୋଇଥିଲା ଏବଂ ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) ଗଠନ ଓ ପରିଚାଳନା ମାଧ୍ୟମରେ କାର୍ଯ୍ୟ କରେ। ଏହି ଯୋଜନାର ଢାଞ୍ଚା ନିମ୍ନଲିଖିତ ଉପାୟରେ ବିଭିନ୍ନ ସ୍ତରରେ ସଂଗଠିତ ହୋଇଛି।
ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ମିଶନ ଶକ୍ତିର ମୂଳ ଭିତ୍ତି। ଗ୍ରାମ ସ୍ତରରେ ୧୦-୨୦ ଜଣ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଏ। ଏହି ଗୋଷ୍ଠୀଗୁଡ଼ିକ ସଞ୍ଚୟ, ଋଣ ବଣ୍ଟନ ଓ ଆୟମୂଳକ କାର୍ଯ୍ୟକଳାପ ପରିଚାଳନା କରନ୍ତି। ବିଭିନ୍ନ SHG ମିଳିତ ହୋଇ ଗ୍ରାମ ସ୍ତରରେ ଏକ ସଂଗଠନ ଗଠନ କରନ୍ତି, ଯାହା ଗୋଷ୍ଠୀଗୁଡ଼ିକୁ ସଂଯୋଜନା ଓ ସହାୟତା ପ୍ରଦାନ କରେ।
ବ୍ଲକ ସ୍ତରୀୟ ଫେଡେରେସନ (BLF) ଗ୍ରାମ ସଂଗଠନଗୁଡ଼ିକ ବ୍ଲକ ସ୍ତରରେ ଏକ ଫେଡେରେସନ ଗଠନ କରନ୍ତି, ଯାହା ବୃହତ୍ତର ଯୋଜନା ଓ ସରକାରୀ ସହାୟତା ସହ ସଂଯୋଗ ସ୍ଥାପନ କରେ। ଜିଲ୍ଲା ସ୍ତରୀୟ ଫେଡେରେସନ (DLF) ଜିଲ୍ଲା ସ୍ତରରେ ଏକ ସଂଗଠନ ଗଠନ କରାଯାଏ, ଯାହା ସମସ୍ତ ବ୍ଲକ ଫେଡେରେସନକୁ ସଂଯୋଜିତ କରି ନୀତି ନିର୍ଦ୍ଧାରଣ ଓ ପରିଚାଳନାରେ ସହାୟତା କରେ।
ଓଡ଼ିଶାରେ ୭୦ ଲକ୍ଷରୁ ଅଧିକ ମହିଳା ଏହି ଯୋଜନା ସହ ଜଡ଼ିତ, ଯାହା ୬ ଲକ୍ଷରୁ ଅଧିକ SHG ମାଧ୍ୟମରେ କାର୍ଯ୍ୟ କରୁଛି।ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ମହିଳାମାନଙ୍କୁ ନେତୃତ୍ୱ ଓ ଉଦ୍ୟୋଗୀ ଭୂମିକାରେ ଆଣିଛି। ଏହି ଢାଞ୍ଚା ମାଧ୍ୟମରେମିଶନ ଶକ୍ତି ଓଡ଼ିଶାରେ ମହିଳାଙ୍କ ସାମଗ୍ରିକ ଉନ୍ନୟନ ଓ ରାଜ୍ୟର ରୂପାନ୍ତରଣରେ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି।
إرسال تعليق