Header ADS

ମାଟି ତଳୁ ମିଳିଲା ପ୍ରଭୁ ଶ୍ରୀରାମଙ୍କ ପିତ୍ତଳ ବିଗ୍ରହ

 ମାଟି ତଳୁ ମିଳିଲା ପ୍ରଭୁ ଶ୍ରୀରାମଙ୍କ ପିତ୍ତଳ ବିଗ୍ରହ



ଓଡ଼ିଶା ଆଦର୍ଶ ବ୍ୟୁରୋ : ମାଟି ତଳୁ ମିଳିଲା ପ୍ରଭୁ ଶ୍ରୀରାମଙ୍କ ପିତ୍ତଳ ବିଗ୍ରହ। ପ୍ରତିମା ଦେଖି ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ। ରବିବାର ଶ୍ରୀରାମ ନବମୀ ଥିବାବେଳେ ପ୍ରଭୁଙ୍କର ଆଗମନ ଏବେ ନୂଆ ଉନ୍ମାଦନା ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ରତାଗଡ଼ ଗ୍ରାମରେ।ଗ୍ରାମର ବଳରାମ ରାଉତଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତିରେ ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା।ଆଉ ସ୍ବପ୍ନରେ ଦେଖାଯାଉଥିବା ସ୍ଥାନରେ ସେ ଶନିବାର ଖୋଲିଥିଲେ। ଆଉ ସେଠାରୁ ତାଙ୍କୁ ଭଗବାନ ରାମଙ୍କର ଏକ ପିତ୍ତଳ ପ୍ରତିମା ମିଳିଥିଲା। ସେପଟେ ଏହି ପ୍ରତିମା ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି।ରବିବାର ଶ୍ରୀରାମ ନବମୀ ଥିବାବେଳେ ଏହା ପୂର୍ବରୁ ଭଗବାନଙ୍କ ମୂର୍ତ୍ତି ମିଳିବା ସ୍ଥାନୀୟ ଲୋକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି କରିଛି। ଏମିତିରେ ସ୍ଥାନୀୟ ଲୋକେ ରାମ ନବମୀ ଅବସରରେ ପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ବିଗ୍ରହ ମିଳିଥିବା ସ୍ଥାନର ମାଲିକ ଦିବାକର ମଳିକ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି। ସେହିଭଳି ଆଖ ପାଖ ଗ୍ରାମର ଲୋକମାନେ ମଧ୍ୟ ଗାଁରେ ଭିଡ଼ ଜମାଇଛନ୍ତି।

Post a Comment

Previous Post Next Post
Header ADS