Header ADS

ଅଣ୍ଡରା ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।

 ଅଣ୍ଡରା ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।



ନୀଳଗିରି,୪/୪(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅଣ୍ଡରା ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶ୍ରୀଯୁକ୍ତ ଶିକ୍ଷକ ଭିକାରି ଚରଣ ମଲ୍ଲିକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା, ସମ୍ମାନିତ ଅତିଥି ରୂପେ ସିଆରସିସି ମୁରଲୀଧର ନାୟକ, ଭଗବାନ ପାତ୍ର, ବିଦ୍ୟାଳୟର ସଭାପତି ରଘୁନାଥ ସେଠୀ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ନୀଳାଦ୍ରି ବିହାରୀ ଦାସ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଭିଜିତ ଷଡ଼ଙ୍ଗୀ ଅତିଥି ଆବାହନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ପ୍ରଫୁଲ୍ଲ ପାଣିଗ୍ରାହୀ (ଟୁଟୁ ନନା), ଅନିଲ କୁମାର ମହାନ୍ତି, ରମାକାନ୍ତ ସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁ, ଶରତ କୁମାର ମହାନ୍ତି, ଦିବାକର ମହାନ୍ତି ଙ୍କ ସମେତ ସମସ୍ତ ଅଭିଭାବକ ସହଯୋଗ କରିଥିଲେ। ଏଥିପାଇଁ ବିଦ୍ୟାଳୟ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Post a Comment

Previous Post Next Post
Header ADS