Header ADS

କନ୍ଧମାଳ ମହୋତ୍ସବ ନିମନ୍ତେ କ.ନୂଆଗାଁରେ ମସାଲ ସଭା ଯାତ୍ରା।

 କନ୍ଧମାଳ ମହୋତ୍ସବ ନିମନ୍ତେ କ.ନୂଆଗାଁରେ ମସାଲ ଶୋଭାଯାତ୍ରା।



କନ୍ଧମାଳ,୧୩/୦୩(ସନ୍ଦୀପ କୁମାର ନାୟକ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଖେଳ ପଡିଆ ଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉପଲକ୍ଷେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।ପ୍ରଥମେ ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତ ସାପାଗାଣ୍ଡା ଠାରେ ଶୁଭାରମ୍ଭ ହୋଇ ମଶାଲ ଶୋଭାଯାତ୍ରା ବାହାରି କୋଟଗଡ ବ୍ଲକ ପରିକ୍ରମା କରି ବାଲିଗୁଡ଼ାରେ ପହଞ୍ଚି ଥିଲା ।ଆଜି କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମହାସିଂ ସ୍ଥିତ କାକାବୁଢା ମନ୍ଦିରରେ ପହଞ୍ଚିବା ପରେ ମଶାଲକୁ ସ୍ବାଗତ କରି ପୂଜାର୍ଚ୍ଚନା କରି ଏକ ବାଇକ ଶୋଭାଯାତ୍ରା ରେ କଞ୍ଜାମେଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରୁ ବାଜା,ବାଦ୍ୟ,ଚାଙ୍ଗୁ ବାଦ୍ୟରେ ଜନସାଧାରଣ , ସମସ୍ତ ଅଙ୍ଗନବାଡ଼ି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ନୃତ୍ୟ କରି କ.ନୂଆଗାଁ ଖେଳ ପଡିଆ ଠାରେ ପହଁଚି ଥିଲେ ।ଏହାପରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ,ସିଡିପିଓ କ୍ରିଷ୍ଣା ପଣ୍ଡା,ଜିପିଓ ଅନିଲ କୁମାର ପଟ୍ଟନାୟକ,ସିପି ରାକେଶ କୁମାର ସାହୁ,ବି.ଏସ୍.ଏସ୍.ଓ ପଲ୍ଲବୀ ନାୟକ, ସାଂସଦ ପ୍ରତିନିଧି ତଥା କନ୍ଧମାଳ ଭାଜପା ସଭାପତି ପଣ୍ଡିତ କୁମାର ବିଶିମାଝୀ, ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ଜିଲ୍ଲାପରିଷଦ ସଭ୍ୟା ଅନିତା ମଲିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମ ମହଯୋଗ କରିଥିଲେ।ଏହା ପରେ ମୁଖ୍ୟ ଅତିଥ୍ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

Post a Comment

Previous Post Next Post
Header ADS