୨୦ ଟଙ୍କା ପାଇଁ ଜୀବନ ହାରିଲେ ମହିଳା।
ଜଳେଶ୍ୱର,୨୮/୩(ଓଡ଼ିଶା ଆଦର୍ଶ): ମାତ୍ର ୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଭିତରେ କଳି । ବିଷ ପିଇ ଜୀବନ ହାରିଲେ ମହିଳା । ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ । ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୋବରଘୋଟି ଗାଁର ଘଟଣା। ମୃତ ମହିଳାଙ୍କ ନାଁ ରିଙ୍କି ।
ଅଭିଯୋଗ ଅନୁସାରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହେଉଥିଲା । ଗତକାଲି ସଂଧ୍ୟାରେ କିଛି କିଣିବା ପାଇଁ ରିଙ୍କି ତାଙ୍କ ସ୍ବାମୀ ଜଗନଙ୍କୁ ୨୦ ଟଙ୍କା ମାଗିଥିଲେ । ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । କିଛି ସମୟ ପରେ ଘରେ ଥିବା କୀଟ ନାଶକ ପିଇ ରିଙ୍କି ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ତେବେ ମୃତ ରିଙ୍କିଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ହତ୍ୟା ଅଭିଯୋଗ ଆଧାରରେ ତଦନ୍ତ କରୁଛି ବସ୍ତା ପୋଲିସ ।
Post a Comment