Header ADS

ନୀଳଗିରି ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

 ନୀଳଗିରି ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।



ନିଳଗିରି,୮/୩(ଓଡ଼ିଶା ଆଦର୍ଶ):ଶନିବାର ଦିନ ନୀଳଗିରିରେ ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଅଛି। ନୀଳଗିରି ପୋଲିସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳନ କରାଯାଇଛି। ନିଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସହଯୋଗ ରେ ଏକ ବିରାଟ ମହିଳା ମାନଙ୍କୁ ନେଇ ଏକ ରାଲି ନିଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ଶହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ନିଳଗିରି ଥାନାରେ ପହଞ୍ଚି ଥିଲେ। ପରେ ଥାନା ପରିସରରେ ଏକ ମହିଳା ସମାରୋହରେ ଏସ ଡି ପି ଓ ପ୍ରମୋଦ ମଲ୍ଲିକ ମହିଳା ମାନଙ୍କ ସୁରକ୍ଷା, ଆଇନ୍ କାନୁନ୍ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ଦିବସ ପାଳନ ଅବସରରେ ନୀଳଗିରି ଅଞ୍ଚଳରୁ ଶହ ଶହ ମହିଳା ଯୋଗଦେଇ ଥିଲେ।

Post a Comment

Previous Post Next Post
Header ADS