ବାଇକରୁ ଖସିପଡ଼ିଲେ ମହିଳା।
ପଛରୁ ଟ୍ରକ ଧକ୍କା ଫଳରେ ମହିଳାଙ୍କ ମୃତ୍ୟୁ।
ନୀଳଗିରି,୫/୨(ଓଡ଼ିଶା ଆଦର୍ଶ):ବାଇକରେ ପୁଅ ଓ ଭାଇଙ୍କ ସହିତ ଜଣେ ମହିଳା ଯାଉଥିବା ବେଳେ ହଠାତ୍ ବାଇକରୁ ଖସିପଡିବା ଫଳରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କ ଗୋଡ ଉପରେ ଚାଲିଯିବାରୁ ମହିଳା ଜଣକ ଗୁରୁତର ଆହତ ହୋଇ ଚିକିତ୍ସକ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ପ୍ରହରାଜପୁର ଗ୍ରାମର କୁସୁମ ଜେନା(୫୦) ନାମକ ଜଣେ ମହିଳା, ମହିଳାଙ୍କ ଭାଇ ଓ ପୁଅ ବସନ୍ତଙ୍କ ସହିତ ମଟର ସାଇକେଲରେ ବସି ବରହମପୁର ଅଞ୍ଚଳକୁ ଯାଉଥିବା ସମୟରେ ମଧ୍ୟାହ୍ନ ପ୍ରାୟ ୧୨.୩୦ସମୟରେ ପୋଡାଶୂଳ ନିକଟରେ ହଠାତ୍ କୁସୁମ ମଟରସାଇକେଲରୁ ଖସିପଡ଼ିଥିଲେ। ଫଳରେ ପଛପଟୁ ଧାନବୋଝେଇ ପାଇଁ ଯାଉଥିବା ଓ.ଆର- ୦୧ ଏନ୍/୧୯୧୧ନଂ ଟ୍ରକଟି ମହିଳାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା। ତୁରନ୍ତ ମହିଳା ଜଣଙ୍କୁ ନୀଳଗିରି ହସ୍ପିଟାଲ୍ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସୋର ଡାକ୍ତର ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ଟ୍ରକଟି ଦ୍ରୁତଗତିରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ସଜନାଗଡ ନିକଟରେ ଟ୍ରକ୍ ଟିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।
إرسال تعليق