Header ADS

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ। କ.ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତ ହେବ ବିକଶିତ ।

 ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ। କ.ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତ ହେବ ବିକଶିତ ।



କନ୍ଧମାଳ/ କ. ନୂଆଗାଁ ୦୫/୨(ସନ୍ଦୀପ କୁମାର ନାୟକ): ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସରେ ଦେଖିବାକୁ ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମକୁ କ.ନୂଆଗାଁ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନନ୍ଦ କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା , ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଭମ ମହାପାତ୍ର, ଏପିଓ ଅନିଲ ପଟ୍ଟନାୟକ, କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ କ.ନୂଆଗାଁ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ ଓ ଡାକ୍ତର ଅମିତ୍ କୁମାର ବେହେରା ଏବଂ ସି.ପି ରାକେଶ କୁମାର ସାହୁ ଉପସ୍ଥିତ ରହିଥିଲେ। ଏମାନଙ୍କ ସହିତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବର ଉପସ୍ଥିତ ଥିଲେ।


ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ଗାଁ ହେବ ବିକଶିତ ଆଉ ଓଡ଼ିଶାର ହେବ ବିକଶିତ। ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରାଯିବା ସହ ଆଭ୍ୟନ୍ତରୀଣ ଆନ୍ତଃ ଗ୍ରାମ୍ୟ ସଂଯୋଗୀକରଣ ସହ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ କରାଯିବ। ଏଥିସହ ଅଭିନ ଭାବେ ଜନ ମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ କରାଯିବା ଲକ୍ଷ ରଖାଯାଇଛି । ଏହି କ୍ରମରେ କ.ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତର ବିକାଶ କରାଯିବ। ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଗାଁ ଗାଁରେ କଲ୍ୟାଣ ମଣ୍ଡପ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳ, ପୂଜାପୀଠ, ଗୋଷ୍ଠୀ ସଭାଗୃହ, ପିଇବାପାଣି, ରାସ୍ତା ଘାଟ, ପୋଖରୀ ଖନନ,ସମେତ ଅନେକ ଉନ୍ନୟନ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରତି ପଞ୍ଚାୟତ ପାଇଁ ଖସଡ଼ା ଓ ଯୋଜନା ପ୍ରସ୍ତୁତି କରାଯାଇଥିବା କୁହାଯାଇଥିଲା।

Post a Comment

أحدث أقدم
Header ADS