ପ୍ରକୃତି ପ୍ରେମୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନାଗ୍ନି ନିରାକରଣ ଓ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୀଳଗିରି,୯/୨(ଓଡ଼ିଶା ଆଦର୍ଶ):ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୋଇଁମଡ଼ିହ ଗ୍ରାମରେ ଯୁବ ସମାଜସେବୀ ତଥା ପ୍ରକୃତି ପ୍ରେମୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନାଗ୍ନି ନିରାକରଣ ଓ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସନ୍ତରାଗଡିଆ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ସିଂ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲଗାଇଲେ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ିଥାଏ ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜୀବ ଜନ୍ତୁଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ସମ୍ମାନୀୟ ଅତିଥି ଜନକଲ୍ୟାଣ ସଂଗଠନ ର ସଭାପତି ଚିତ୍ତରଂଜନ ବିଶ୍ବାଳ କହିଥିଲେ । ଆଗକୁ ଗ୍ରୀଷ୍ମ ପ୍ରବାହର ସମୟ ଥିବାରୁ ଜଙ୍ଗଲରେ ଗଛ ପତ୍ରଝଡ଼ା ଦେଇଥାଏ।ଏହି ସମୟରେ ଜଙ୍ଗଲରେ ନିଆଁ ଲଗାଇଲେ ଏହାର ପ୍ରବାହରେ ଜୀବଜନ୍ତୁମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥାନ୍ତି, ଏହାକୁ କିପରି ରୋକା ଯାଇପାରିବ ଓ ଜଙ୍ଗଲର ସୁରକ୍ଷା କିପରି ହୋଇପାରିବ ଏ ଦିଗରେ ଯୁବପିଢ଼ି ଦୃଷ୍ଟି ଦେବା ଆବଶ୍ୟକ ବୋଲି ପ୍ରକୃତି ପେମୀ କମଳଲୋଚନ ଆଲୋକପାତ କରିଥିଲେ । ଗ୍ରାମବାସୀମାନେ ଏହି ଉପଲକ୍ଷେ ଜଙ୍ଗଲ ରେ ନିଆଁ ନଲଗାଇବା ତଥା ବନ୍ୟପ୍ରାଣୀଙ୍କୁ ଆଘାତ ଲାଗିବା ପରି କିଛି କାମ ନ କରିବାପାଇଁ ଶପଥ ପାଠ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ବାରିକ୍, ଅସିତ୍ ମହାରଣା, ସାମ୍ୱାଦିକ ସୁକାନ୍ତ ଦାସ, ଜଟିଳ ସିଂ, ନାଥ ସିଂ, ରୂପା ସିଂ, ନବୀନା ସିଂ, ଅଷ୍ଟମୀ ସିଂ, ସୁନିଲ ସିଂ, ମଦନ ସିଂ, ଗଜେନ୍ଦ୍ର ସିଂ, ନନ୍ଦ ସିଂ, ବୁଢ଼ା ସିଂ, ବାଇଧର ସିଂ, ଟିକିନ ସିଂ, ଶିବ ସିଂ, କଟି ସିଂ, ଝୁନିମଣି ସିଂ ପ୍ରମୁଖ ସହଯୋଗ କରିଥିଲେ ।
Post a Comment