ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଗଲା ଭାଲୁର ଜୀବନ।
ନୀଳଗିରି,୧୭/୨(ଓଡ଼ିଶା ଆଦର୍ଶ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୀଳଗିରି ବ୍ଲକ୍ ଅନ୍ତର୍ଗତ ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି। ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି।ରାତିରେ ଖାଦ୍ୟ ଅନ୍ୱେଷଣ କରି ମିତ୍ରପୁର ଜଙ୍ଗଲରୁ ଗୋଟିଏ ଭାଲୁ ମିତ୍ରପୁର ବଜାର ଆଡକୁ ପଳାଇ ଆସିଥିଲା। ସେଠାରେ ଥିବା ବରଗଛ ଓହଳରେ ଝୁଲି ମହୁ ମଧ୍ୟ ଖାଇଥିଲା। କିନ୍ତୁ ଭାଲୁର ମହୁ ଲୋଭ ତା ଜୀବନ ନେଇ ଯାଇଛି। ମହୁ ଖାଇ ବରଗଛ ପାଖରେ ଥିବା ଟ୍ରାନ୍ସଫର୍ମର ଖୁଣ୍ଟ ଧରି ଓହ୍ଲାଉ ଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଭାଲୁର ମୃତ୍ୟୁ ଘଟିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖି ଲୋକେ ନୀଳଗିରି ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି।
Post a Comment