Header ADS

ମାର୍ଚ୍ଚ ୩ରେ ଅନିର୍ଦ୍ଦିଷ୍ଟ ଧାରଣା ଦେବେ ନୀଳଗିରି ର ଯୁବଗୋଷ୍ଠୀ

 ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ବିରୋଧରେ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ।

ମାର୍ଚ୍ଚ ୩ରେ ଅନିର୍ଦ୍ଦିଷ୍ଟ ଧାରଣା



ନୀଳଗିରି,୨୪/୨(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ଅବବ୍ୟସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ଆଜି ନୀଳଗିରି ଯୁବସମାଜ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ସ୍ବାସ୍ଥ୍ୟ ସଚିବଙ୍କୁ ମେଲ୍ ଯୋଗେ ଦାବୀପତ୍ର ପ୍ରଦାନ କରାଯାଇଛି। ଏଥିସହ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟଅଧିକାରୀଙ୍କ ସମେତ ସ୍ଥାନୀୟ ଉପଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସାଧିକାରୀ, ଏସଡିପିଓ ଓ ଆଇଆଇସିଙ୍କ ଠାରେ ଅଭିଯୋଗପତ୍ର ପ୍ରଦାନ କରାଯାଇଥିବା ଯୁବସମାଜ ପକ୍ଷରୁ ସୂଚନା ମିଳିଛି।ନୀଳଗିରି ଯୁବସମାଜର ଏକ ପ୍ରତିନିଧି ମଣ୍ଡଳ ଉପଜିଲ୍ଲାପାଳଙ୍କୁ ଭେଟି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥାର ନିରାକରଣ ନହେଲେ ଆଗାମୀ ମାର୍ଚ୍ଚ ୩ତାରିଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସ୍ମାରକପତ୍ର ପ୍ରଦାନ କରିଛନ୍ତି।୯ଦଫା ପ୍ରମୁଖ ସମ୍ବଳିତ ଦାବୀପତ୍ରରେ ଉପଖଣ୍ଡ ଚିକିତ୍ସାଳୟରେ ୪୯ଟି ଡ଼ାକ୍ତରୀ ପଦବୀ ରହିଥିବା ବେଳେ ୧୬ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଅଧିକାଂଶ ଡାକ୍ତର ସ୍ଥାୟୀ ନୁହଁନ୍ତି।ପରନ୍ତୁ ଅଧିକାଂଶ ଡାକ୍ତର ହସ୍ପିଟାଲରେ ନରହି ବାହାରେ ରହୁଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ହସ୍ପିଟାଲରେ ୩ଟି ନର୍ସିଂ ସିଷ୍ଟର ପଦବୀ ଥିଲା ବେଳେ ତିନୋଟି ପୋଷ୍ଟ ଫାଙ୍କା ରହିଛି। ୯ଜଣ ନର୍ସ ରହିବା ଜାଗାରେ ୪ଜଣ ନର୍ସ ରହିଥିବା ଜଣାଯାଇଛି। ନାସା, ଗଳା, କର୍ଣ୍ଣ ଏବଂଯକ୍ଷ୍ମା ଡାକ୍ତର ପଦବୀ ଖାଲିରହିଛି। ଆଇସିୟୁ , ବ୍ଲଡବ୍ୟାଙ୍କ, ଅଲଟ୍ରାସାଉଣ୍ଡ ପାଇଁ ଷ୍ଟାଫ ନାହାନ୍ତି। ଏଥିସହ ଡାକ୍ତରଖାନାରେ ଅନ୍ୟାନ୍ୟ କର୍ମଚାରୀ ବାହାରୁ ନିଯୁକ୍ତି ଦିଆନଯାଇ ନୀଳଗିରି ଅଞ୍ଚଳର ଯୁବସମାଜକୁ ଉକ୍ତକାର୍ଯ୍ୟରେ ନିଯୁକ୍ତି ଦେବାକୁ ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି। ଯଦି ଆଗାମୀ ୩ତାରିଖ ମଧ୍ୟରେ ସମସ୍ତ ଅବ୍ୟବସ୍ଥା ପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନିଆନଯାଏ ତାହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବବୋଲି ୧୦୦ରୁ ଉର୍ଦ୍ଧ୍ବ ଯୁବସମାଜସେବୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧିମଣ୍ଡଳରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ,ସୁଧାରଞ୍ଜନ ମହାପାତ୍ର, ଅଶ୍ଵିନୀ ପାତ୍ର, ଅର୍ଦ୍ଧେନ୍ଦୁ ଶେଖର ରାଜ, ଫିରୋଜ ସିଂ, ପ୍ରିୟରଞ୍ଜନ ସ, ରଞ୍ଜିତ ବିଶ୍ବାଳ, ଜୟଦେବ ମହାନ୍ତି, ପ୍ରିତିରଞ୍ଜନ ମହାପାତ୍ର, ରାଜ ମହାପାତ୍ର, ରମେନ୍ଦ୍ର ପାଣିଗ୍ରାହୀ, ଚନ୍ଦନ ମହାନ୍ତି, ରାଜେଶ ମଲ୍ଲିକ, ଚନ୍ଦ୍ରକାନ୍ତ ରାଉତ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS