ପାରିବାରିକ କୋଳହ ରୁ ମାଆ କୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ
ନୀଳଗିରି,୧୯/୨(ଓଡ଼ିଶା ଆଦର୍ଶ): ପାରିବାରିକ କୋଳହ ପରିଣାମ କେତେଯେ ଭୟଙ୍କର ହୋଇପାରେ, ତାହା ଆଜି ନୀଳଗିରିରେ ଦେଖିବାକୁ ମିଳିଛି। ଜନ୍ମ କଲା ମାଆ କୁ ଠେଙ୍ଗା ରେ ପିଟି ପିଟି ମାରିଦେଇଛି ତା'ର ଜନ୍ମ କଲାପୁଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଘମରା ଗାଁ ରେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ଜାମୁଡିହା ପଞ୍ଚାୟତ ବାଘମରା ଗ୍ରାମର ସ୍ବର୍ଗତ ବାବାଜୀ ସିଂ ଙ୍କ ସ୍ତ୍ରୀ କଙ୍କିମଣି ସିଂ(୪୮) କୁ ଜନ୍ମ କଲା ପୁଅ ଦୁର୍ଗା ସିଂ (୨୫) ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟ ରେ ମାଆ ଓ଼ ପୁଅ ଘରେ ଥିବା ସମୟରେ କୌଣସି ପାରିବାରିକ ଘଟଣା କୁ ନେଇ ମାଆ, ପୁଅ ମଧ୍ୟରେ ଝଗଡା ହେଇଥିଲା ।ପୁଅ ଏଥିରେ ଉତ୍ୟକ୍ତ ହୋଇ ମାନସିକ ଭାରସ୍ୟାମ ହରାଇ ପଶୁ ପାଲଟି ଯାଇଥିଲା । ଘରେ ଥିବା ଏକ ଠେଙ୍ଗାରେ ମାଆ କୁ ନିର୍ଧୁମ ପିଟି ଚାଲିଥିଲା । ଘଟଣା ସ୍ଥଳରେ ମାଆ ଶଙ୍କି ର ମୃତ୍ୟୁ ହୋଇ ଥିଲା । ଖବର ପାଇ ନୀଳଗିରି ଏସ୍.ଡି.ପି.ଓ ପ୍ରମୋଦ କୁମାର ମଲ୍ଲିକ, ନୀଳଗିରି ଥାନା ଭାରପ୍ରାପ୍ତ ଆଇଆଇସି ସୁବର୍ଣ୍ଣ। ବେହେରାଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରୁ ପୁଅ ଦୁର୍ଗା କୁ କାବୁ କରି ନୀଳଗିରି ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ବ୍ୟବହୃତ ଠେଙ୍ଗା କୁ ପୋଲିସ ଜବତ କରିଛି । ଅନ୍ୟ ପଟେ ମାଆର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।ନୀଳଗିରି ଥାନା ପକ୍ଷରୁ ୬୪/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
Post a Comment