ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୀଳଗିରି,୬/୨(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ୍ ଧୋବଶିଳା ପଞ୍ଚାୟତ ସାଇଡିଙ୍ଗ, କଇଁଥତୁଟା, ଚରଣାପାଳ, କଣ୍ଟାବଣିଆ ଗ୍ରାମରେ ଯୁବ ସମାଜସେବୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜୈବବିବିଧତା, ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସାରଣୀ, ପଶୁପକ୍ଷୀ, ସରୀସୃପଙ୍କ ଆବଶ୍ୟକତା ସହ ଜଙ୍ଗଲର ସନ୍ତୁଳନ ରକ୍ଷା କରିବାରେ ହାତୀ, ବାଘ, ଭାଲୁ, ହରିଣ, ସମ୍ବର, ବାରହା ଆଦି ବନ୍ୟପ୍ରାଣୀଙ୍କ ଉପକାରିତା ସମ୍ପର୍କରେ କମଳଲୋଚନ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆମେ ସଦା ଜାଗ୍ରତ ରହିବା ଓ ଅନ୍ୟମାନଙ୍କୁ ଜାଗ୍ରତ କରିବା ଆବଶ୍ୟକ ବୋଲି କମଳଲୋଚନ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅଜୟ ସିଂ, ରାଜେନ୍ଦ୍ର ସିଂ, ପାର୍ବତୀ ସିଂ, ସଞ୍ଜୟ ସିଂ, ଗୋପାଳ ସିଂ, ଗୋରହରି ସିଂ, ହରି ସିଂ, ବାପୁନୁ ସିଂ, ରାଇମଣି ସିଂ, ଝୁନୁ ସିଂ, ମାମା ସିଂ, ଝିଲି ସିଂ, ଲକ୍ଷ୍ମୀ ସିଂ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।
Post a Comment