ବାଲିଗୁଡା ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ।
ବାଲିଗୁଡା,୪/୨(ସନ୍ଦିପ କୁମାର ନାୟକ) : ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଭାରତ। ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସାଂସଦ ବାହାରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଆଉ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୋର ଲେଡି, ବିଚାରି ଓ ରାଷ୍ଟ୍ରପତି ଙ୍କ ଅଭିଭାଷଣକୁ ବୋରିଂ ବୋଲି କହିଥିବା ଅଭିଯୋଗରେ ସାରା ଭାରତରେ ବିଜେପି ପକ୍ଷରୁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ରାଷ୍ଟ୍ରପତି ଙ୍କ ପ୍ରତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ ଏପରି ଅପମାନଜନକ ମନ୍ତବ୍ୟ ବିରୋଧରେ ଆଜି ବାଲିଗୁଡା ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡା ସାଂସଦଙ୍କ ପ୍ରତିନିଧି ଆଦିକାନ୍ଧ ପଟ୍ଟନାୟକ ଏହି ପ୍ରତିବାଦ ସଭାକୁ ପରିଚାଳନା କରିଥିଲେ। ପ୍ରଥମେ ଦଳର ବରିଷ୍ଠ ବିଜେପି ନେତା ମାନେ ସୋନିଆ ଓ ରାହୁଲ ଙ୍କ ମନ୍ତବ୍ୟ କୁ ଘୋର ନିନ୍ଦା କରିବା ସହିତ ରାଷ୍ଟ୍ରପତି ଓ ଦେଶବାସୀଙ୍କୁ କ୍ଷମା ପ୍ରାଥନା କରିବା ନିମନ୍ତେ ଅଭିଭାଷଣ ରଖିଥିଲେ। ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମ ଚରଣ ସାହୁ, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜୀତ କୁମାର ସାହୁ, କ. ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ପଣ୍ଡିତ ବିଶିମାଝି, କୋଟଗଡ, ତୁମୁଡିବନ୍ଧ ବ୍ଲକ ସଭାପତି ଙ୍କ ସମେତ ସମସ୍ତ ପଞ୍ଚାୟତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ।ଶେଷରେ ସୋନିଆ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ।
Post a Comment