Header ADS

କ. ନୂଆଗାଁ ସରକାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ ।

 କ. ନୂଆଗାଁ ସରକାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ ।



ବାଲିଗୁଡା,୯/୨ (ସନ୍ଦୀପ କୁମାର ନାୟକ): ଆଜି କନ୍ଧମାଳ ଜିଲ୍ଲା କ. ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକୀ ଉତ୍ସବ ପାଳନ ଅନୁଷ୍ଠିତ ହୋଇଛି । ସହ ଶିକ୍ଷକ କୃଷଚନ୍ଦ୍ର ଦାସ, ନିଗମା ନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଯୋଗଦେଇଥିବା ବେଳେ ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୁଲଚନା ଦଳବେହେରା କ. ନୂଆଗାଁ ବ୍ଲକ ଅଧକ୍ଷା , ଧବଳେଶ୍ୱର ପାତ୍ର କ. ନୂଆଗାଁ ବ୍ଲକ ଉପାଧ୍ୟକ୍ଷା, କ. ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ପଣ୍ଡିତ ବିଶିମାଝୀ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ, କ. ନୂଆଗାଁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁ ମାଝୀ ପଡ୍ରା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅତି ସୁନ୍ଦର ଉପଦେଶ ଦେଇଥିବା ଦେଖିବାକୁ ମିଳିଛି ।ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବାର୍ଷିକୀ ଉତ୍ସବ ପାଳନକୁ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ, ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେସ୍ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି ।

Post a Comment

أحدث أقدم
Header ADS