Header ADS

ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ।

 ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ।



ନୀଳଗିରି,୮/୨(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ସମାଜସେବୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ହେଉଥିବା କ୍ଷତି ଓ ପରିବେଶ ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ କମଳଲୋଚନ ଜନସାଧାରଣଙ୍କୁ ସଚେତନ କରିଥିଲେ । ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ । ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ । ଜଙ୍ଗଲରେ ନିଆଁ ଲାଗିଲେ କେବଳ ଜଙ୍ଗଲ ପୋଡ଼ି ଯିବ ନାହିଁ। ଏହି ନିଆଁ ଗ୍ରାମ୍ୟ ଏବଂ ସହରୀ ଜୀବନକୁ ମଧ୍ୟ ପ୍ରଭାବିତ କରିବ। ଏହି ଦୃଷ୍ଟିରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ଵ । ପରିଶେଷରେ ଜଙ୍ଗଲରେ ନିଆଁ ନଲଗାଇବାକୁ ଗ୍ରାମବାସୀମାନେ ଶପଥ ନେଇଥିଲେ । ରଞ୍ଜନ ବେହେରା, ଅକ୍ଷୟ କୁମାର ବେହେରା, କାଶିନାଥ ବେହେରା, ଜୟନ୍ତ ବେହେରା, ସହଦେବ ବେହେରା, ଅଜିତ ବେହେରା ପ୍ରମୁଖ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Post a Comment

أحدث أقدم
Header ADS