Header ADS

ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ୩ୟ ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ ।

 ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ୩ୟ ବାର୍ଷିକ ଉତ୍ସବ ପାଳନ ।



ବାଲିଗୁଡା,୧୮/୨(ସନ୍ଦୀପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକୀ ଉତ୍ସବ ପାଳନ ଅନୁଷ୍ଠିତ ହୋଇଛି । ସହ ଶିକ୍ଷକ ତୀର୍ଥବାସୀ ଘଡେ଼ଇ ସଭା ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର, ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ମହାରଣା ଯାଜ୍ଞସିନି ପରିଡା ଦଣ୍ଡପଦର ପ୍ରଧାନଶିକ୍ଷୟତ୍ରୀ , ସିଆରସି ଶ୍ରୀ ଜୟପ୍ରକାଶ ପ୍ରଧାନ, ସାମ୍ବାଦିକ ରମାନନ୍ଦ ଘଡେଇ, ଭଗବତୀ ସାବତ, ସନ୍ଦୀପ କୁମାର ନାୟକ, ଡମ୍ବୁରୁଧର ଦିଗାଲ ପୁଣି ଗଟାଙ୍ଗି ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ରୀମାନେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ମଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଉପଦେଶ ଦେଇଥିବା ଦେଖିବାକୁ ମିଳିଛି ।ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ବିତରଣ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ୩ୟ ବାର୍ଷିକୀ ଉତ୍ସବ ପାଳନକୁ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ, ପରିଚାଳନା କମିଟି, ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେସ୍ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି । ଶେଷରେ ଶିକ୍ଷକ ତୀର୍ଥବାସୀ ଘଡେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।

Post a Comment

Previous Post Next Post
Header ADS