Header ADS

ପଣ୍ଡିତ କୁମାର ବିଶିମାଝି ହେଲେ କନ୍ଧମାଳ ଜିଲ୍ଲା ନୂତନ ବିଜେପି ସଭାପତି।

 ପଣ୍ଡିତ କୁମାର ବିଶିମାଝି ହେଲେ କନ୍ଧମାଳ ଜିଲ୍ଲା ନୂତନ ବିଜେପି ସଭାପତି।



ବାଲିଗୁଡା,୧୭/୨(ସନ୍ଦୀପ କୁମାର ନାୟକ): ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅବଶିଷ୍ଟ ଥିବା ଜିଲ୍ଲା ଗୁଡିକରେ ଜିଲ୍ଲା ସଭାପତି ଚୟନ କରାଯାଇଛି । କନ୍ଧମାଳ ଜିଲ୍ଲା ପାଇଁ ନୂତନ ସଭାପତି ଭାବେ ପଣ୍ଡିତ କୁମାର ବିଶିମାଝି ଙ୍କୁ ମୋନନୀତ କରାଯାଇଛି।ଏହା ପୁର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ସଫଳତା ର ସହ ଦାୟିତ୍ୱ ତୁଲାଇଛନ୍ତି ପଣ୍ଡିତ କୁମାର ବିଶିମାଝି । କନ୍ଧମାଳ ଜିଲ୍ଲା ସଭାପତି ହେଲା ପରେ ଜିଲ୍ଲା ସଙ୍ଗଠନ କୁ ସୁଦୃଢ଼ କରିବେ ବୋଲି କହିଛନ୍ତି। କନ୍ଧମାଳ ଜିଲ୍ଲା ସଭାପତି ହେବା ପରେ ଆଗାମୀ ଦିନରେ ଦଳ ପକ୍ଷରୁ ଯାହା ଦାୟିତ୍ଵ ମିଳିବ ତାକୁ ସୁଚାରୁ ରୂପେ ତୁଲାଇବା ସହ ଦଳର ସଂଗଠନକୁ ସୁଦୃଢ କରିବି ଏବଂ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ପଣ୍ଡିତ କୁମାର ବିଶିମାଝି । ଜିଲ୍ଲା ସଭାପତି ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଙ୍କ ସମେତ ସମସ୍ତ ଜିଲ୍ଲାର ର ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଓ ସମସ୍ତ ନେତୃବୃନ୍ଦ ଓ କର୍ମୀ ପଣ୍ଡିତ କୁମାର ବିଶିମାଝି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Post a Comment

Previous Post Next Post
Header ADS